ଭାରତୀୟ ସଂସ୍କୃତିରେ ହୋଲି ପର୍ବକୁ ପାଳନ କରିବା କେବଳ ଏକ ସାଂସ୍କୃତିକ କାରଣ ନୁହଁ । ଏହା ପଛରେ ବାୟୋଲଜିକାଲ୍ ଓ ପାରିବେଶିକ କାରଣ ବି ଦାୟୀ । ଏଥିରେ ସ୍ଵାସ୍ଥ୍ୟ ଉନ୍ନତ କରିବା ଠାରୁ ମନ ଠିକ୍ କରିବା ପ୍ରକ୍ରିୟା ବି ସାମିଲ । ପୁରାଣ ଅନୁସାରେ ହୋଲିକାକୁ ନିଆଁରେ ନଜଳିବାର ବରଦାନ ମିଳିଥିଲା। କିନ୍ତୁ ଭଗବାନ ବିଷ୍ଣୁଙ୍କ ଯୋଗୁଁ ସେ ଜଳି ଯାଇଥିଲା ଓ ପ୍ରହଲ୍ଲାଦ ବଞ୍ଚିଯାଇଥିଲା। ତେଣୁ ଆଜି ବି ହୋଲିକାର ପ୍ରତିମାକୁ ଜଳେଇବାର ପରମ୍ପରା ଅଛି। ତେବେ ବୈଜ୍ଞାନିକ କାରଣରୁ ଦେଖିଲେ ଏହି ପରମ୍ପରା ବାତାବରଣରେ ଥିବା ବ୍ୟାକ୍ଟେରିଆଗୁଡିକୁ ଶେଷ କରିଥାଏ। କାରଣ ଏହି ସମୟରେ ଏଗୁଡିକ ଅଧିକ ସଂଖ୍ୟାରେ ଦେଖା ଦେଇଥାନ୍ତି। ହୋଲିକା ଦହନ ସମୟରେ ନିଆଁ ଚାରିପଟେ ପରିକ୍ରମା କରିବାର ପରମ୍ପରା ବି ଅଛି। ନିଆଁର ଗରମରେ ଆମ ଶରୀରରେ ଥିବା ଜୀବାଣୁ ବି ମରିଯାଇଥାନ୍ତି। ଦେଶର କିଛି ଭାଗରେ ଲୋକମାନେ ହୋଲିକା ଦହନ ପରେ ପାଉଁଶକୁ ନିଜ କପାଳରେ ବି ଲଗାଇଥାନ୍ତି। ଏହା ସହିତ ଚନ୍ଦନ, ଆମ୍ଵର ପତ୍ର ଓ ଫୁଲକୁ ମିଶାଇ ଲଗାଯାଇଥାଏ। କୁହାଯାଏ ଏହି ପରମ୍ପରା ଯୋଗୁଁ ଉତ୍ତମ ସ୍ଵାସ୍ଥ୍ୟ ମିଳିଥାଏ। ଏହା ବ୍ୟତୀତ ପାଉଁଶ ଲଗାଇଲେ ଘର ଓ ଆମ ଶରୀରର ନକରାତ୍ମକତା ବି ଦୂର ହୋଇଥାଏ।
More Stories
ନିର୍ଧୁମ ଛେଚିବ ବର୍ଷା, ଲଘୁଚାପ ପାଇଁ ରେଡ୍ ଆଲର୍ଟ ଜାରି
ମାଗଣାରେ ଅପଡେଟ୍ କରିପାରିବେ ଆଧାର କାର୍ଡ୍
ଅତ୍ୟଧିକ କଖାରୁ ଡାଲମା ଖାଉଛନ୍ତି କି