ଆଉ ଦିନ କେଇଟା ପରେ ହୋଲି । ଦେଶର ସମସ୍ତ ସ୍ଥାନରେ ହୋଲି ପର୍ବକୁ ବଡ଼ ଧୁମଧାମରେ ପାଳନ କରାଯାଏ । କେତେକ ସ୍ଥାନରେ ହୋଲିକୁ ନେଇ ମଜାଳିଆ ପରମ୍ପରା ରହିଛି । ଏହିକ୍ରମରେ ମହାରାଷ୍ଟ୍ରର ବିଡ୍ରେ ହୋଲି ଦିନରେ ଘରର ଜ୍ୱାଇଁଙ୍କ ସହ ନିଆରା ରୀତିନୀତି ପାଳନ କରାଯାଏ । ବିଡ୍ ଜିଲ୍ଲାର ବିଡା ୟେବତା ଗାଁରେ ହୋଲି ପର୍ବରେ ଜ୍ୱାଇଁକୁ ଗଧ ଉପରେ ବସାଯାଇ ରଙ୍ଗ ବୋଳାଯାଇଥାଏ । ଏହି ପରମ୍ପରା ପ୍ରାୟ ୮୦ ବର୍ଷ ଧରି ଚାଲିଆସୁଛି । ପରମ୍ପରା ଅନୁଯାୟୀ ଫୁଲରେ ସଜ୍ଜିତ ଗଧ ଉପରେ ଜ୍ୱାଇଁଙ୍କୁ ବସାଯାଇ ଗାଁ ପରିଭ୍ରମଣ କରାଯାଏ । ଶେଷରେ ଗାଁର ମନ୍ଦିରରେ ଜ୍ୱାଇଁଙ୍କର ଆଳତୀ କରାଯାଏ । ସେଠାରେ ନୂଆ କପଡ଼ା ଏବଂ ସୁନାର ଆଙ୍ଗୁଠି ଦିଆଯାଇ ଜ୍ୱାଇଁଙ୍କୁ କିଛି ମିଠା ଖୁଆଇବାର ରୀତି ରହିଛି । ପ୍ରତିବର୍ଷ ଗାଁରେ ହୋଲି ପୂର୍ବରୁ ଏପରି ଜ୍ୱାଇଁଙ୍କୁ ଖୋଜାଯାଏ, ଯାହାର ନୂଆ ନୂଆ ବିବାହ ଅନୁଷ୍ଠିତ ହୋଇଥିବ । ନୂଆ ଜ୍ୱାଇଁଙ୍କ ସହ ଗାଁଲୋକମାନେ ଏପରି ରୀତିନୀତି ପାଳନ କରିବାକୁ ଭଲ ପାଇଥାନ୍ତି । ଅନେକ ଥର ଦେଖିବାକୁ ମିଳିଛି ଯେ ଗାଁର କେତେକ ଜ୍ୱାଇଁ ଏହି ପରମ୍ପରାକୁ ବଞ୍ଚିବା ପାଇଁ ଲୁଚିଥାନ୍ତି । ଗତ ବର୍ଷ କରୋନା ଯୋଗୁଁ ଏହି ଗାଁରେ ହୋଲି ପର୍ବ ପାଳନ ହୋଇନଥିବା ବେଳେ ଚଳିତ ବର୍ଷ ଏବେଠୁ ହିଁ ଏହି ନିଆରା ପର୍ବ ଆୟୋଜନ କରିବା ପାଇଁ ଜୋରସୋରରେ ପ୍ରସ୍ତୁତି କରାଯାଉଛି ।
More Stories
ଘରେ ବୟସ୍କ ମାନଙ୍କର କେମିତି ନେବେ ଯତ୍ନ
କେମିତି ଜାଣିବେ ପେଟ୍ରୋଲ୍ ଡିଜେଲ ଭର୍ତ୍ତିରେ କେତେ ହେଉଛି ଠକେଇ
ଡେଲିଭରି ବୟଙ୍କୁ ପୋଲିସଙ୍କ ଅତ୍ୟାଚାର, ଦେଖିଲେ ଛାତି ଥରି ଉଠିବ