ହିମାଚଳ ପ୍ରଦେଶରେ ପୁଣି ଆରମ୍ଭ ହେଲା ପୁରୁଣା ପେନସନ ଯୋଜନା । ଗତ ନିର୍ବାଚନ ସମୟରେ ଏହି ଯୋଜନାକୁ କାର୍ଯ୍ୟକାରୀ କରିବା ଲାଗି ପ୍ରତିଶ୍ରୁତି ଦେଇଥିଲା କଂଗ୍ରେସ । ପୁରୁଣା ପେନସନ୍ ଯୋଜନା ଜରିଆରେ ଉପକୃତ ହେବେ ରାଜ୍ୟର ୧ ଲକ୍ଷ ୩୬ ହଜାର କର୍ମଚାରୀ । ଯୋଜନାକୁ ପୁନର୍ବାର କାର୍ଯ୍ୟକାରୀ କରିବା ପାଇଁ ଗତ ଶୁକ୍ରବାର ଅନୁଷ୍ଠିତ କ୍ୟାବିନେଟ ବୈଠକରେ ସରକାର ନିଷ୍ପତ୍ତି ନେଇଥିଲେ । ଏହା ସହ ନିର୍ବାଚନ ଇସ୍ତାହାରରେ ଯେଉଁ ସବୁ ପ୍ରତିଶ୍ରୁତି ଦିଆଯାଇଥିଲା ସେ ବୁକୁ କାର୍ଯ୍ୟକାରୀ କରିବା ଲାଗି ବୈଠକରେ ନିଷ୍ପତ୍ତି ନିଆଯାଇଥିଲା ତେବେ ସରକାରଙ୍କ ଏହି ନିଷ୍ପତ୍ତିକୁ ବିଭିନ୍ନ କର୍ମଚାରୀ ସଂଗଠନ ପକ୍ଷରୁ ସ୍ବାଗତ କରାଯାଇଛି । ପୁରୁଣା ପେନସନ ଯୋଜନା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ କହିଛନ୍ତି, ନିର୍ବାଚନ ପ୍ରଚାର ସମୟରେ ଏହି ଯୋଜନାକୁ କାର୍ଯ୍ୟକାରୀ କରିବା ଲାଗି ଏଆଇସିସି ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧି ରାଜ୍ୟବାସୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ ।
More Stories
ଲାଗୁ ହେଲା ଅଷ୍ଟମ ବେତନ ଆୟୋଗ, ଜାଣନ୍ତୁ କେତେ ବଢିବ ଦରମା
ଗଣତନ୍ତ୍ର ଦିବସ ପାଇଁ ଦିଲ୍ଲୀରେ ସ୍ପେଶାଲ ଟ୍ରାଫିକ୍ ବ୍ୟବସ୍ଥା
2025 ରିପବ୍ଲିକ୍ ଡେ ହାଇଲାଇଟ୍ସ୍