The Topmost

“The eyes believe themselves, the ears believe other people.”

ହିମାଚଳପ୍ରଦେଶରେ ପ୍ରବଳ ବର୍ଷା ପରେ ଭୂସ୍ଖଳନ

ହିମାଚଳପ୍ରଦେଶରେ ଭୂସ୍ଖଳନ । ଲଗାତାର ବର୍ଷା ଲାଗି ରହିଥିବାରୁ ହିମାଚଳ ପ୍ରଦେଶରେ ଭୂସ୍ଖଳନ ସହ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି । ଏହି କାରଣରୁ ଅନେକ ସ୍ଥାନରେ ଟ୍ରାଫିକ୍ ଜାମ୍ ଆରମ୍ଭ ହେବା ସହ ବୁଲିବାକୁ ଯାଇଥିବା ଶହ ଶହ ଯାତ୍ରୀ ରାସ୍ତାରେ ଫସି ରହିଛନ୍ତି । ମଣ୍ଡି ଏବଂ କୁଲ୍ଲୁକୁ ସଂଯୋଗ କରୁଥିବା ଜାତୀୟ ରାଜପଥରେ ଟ୍ରାଫିକ୍ ଜାମ୍ ଯୋଗୁଁ ହିମାଚଳ ପ୍ରଦେଶର ମଣ୍ଡିରେ ୨୦୦ରୁ ଅଧିକ ଲୋକ ଅଟକି ରହିଛନ୍ତି । ସେମାନଙ୍କ ମଧ୍ୟରେ ଏକାଧିକ ଯାତ୍ରୀ ଥିବା କୁହାଯାଉଛି । ପ୍ରଶାନ୍ତ ନାମକ ଜଣେ ଯାତ୍ରୀ କହିଛନ୍ତି, ଭୂସ୍ଖଳନ ଓ ବନ୍ୟା ପାଇଁ ଟ୍ରାଫିକ୍ ଜାମ୍ ହେବାରୁ ଏବେ ରାସ୍ତା ବନ୍ଦ ରହିଛି । ଆମେ ଗତ ସନ୍ଧ୍ୟାରୁ ରାସ୍ତାରେ ଫସି ରହିଛୁ । ଜାମ୍ ବଢ଼ିବା ସହ ଏକାଧିକ ଗାଡ଼ି ଅଟକି ରହିଛନ୍ତି ।