ହିଂସା ଆଶଙ୍କାରେ ନଏଡ଼ାରେ ବ୍ୟାପକ ପୁଲିସ ମୁତୟନ । ନିକଟରେ ଗିରଫ ହୋଇଥିବା ଶ୍ରୀକାନ୍ତ ତ୍ୟାଗୀଙ୍କ ସମର୍ଥନରେ ତ୍ୟାଗୀ ସମ୍ପ୍ରଦାୟର ଲୋକମାନେ ମହାପଞ୍ଚାୟତ ଡାକରା ଦେଇଥିଲେ । ଯାହାକୁ ନେଇ ହିଂସା ଆଶଙ୍କାରେ ନଏଡ଼ାରେ ବ୍ୟାପକ ପୁଲିସ ମୁତୟନ କରାଯାଇଛି । ଗେଝା ଗାଁରେ ଥିବା ରାମଲୀଲା ମୈଦାନରେ ମେଳି ଆରମ୍ଭ ହୋଇଥିଲା । ପଶ୍ଚିମ ଉତ୍ତରପ୍ରଦେଶର ଗାଜିଆବାଦ, ମୁଜାଫରନଗର, ବୁଲନ୍ଦସହର, ବାଘପତ ଓ ହାପୁର ପ୍ରଭୃତି ଅଞ୍ଚଳରୁ ସମ୍ପ୍ରଦାୟର ହଜାର ହଜାର ସଦସ୍ୟ ଏଥିରେ ଭାଗ ନେଇଛନ୍ତି । ସମ୍ଭାବ୍ୟ ଗଣ୍ଡଗୋଳ ଅଶଙ୍କାରେ ମହାପଞ୍ଚାୟତ ଅଞ୍ଚଳରେ ପ୍ରାୟ ୪୦୦୦ରୁ ଅଧିକ ପୁଲିସ ମୁତୟନ କରାଯାଇଛି । ରାମଲୀଳା ମୈଦାନ ପାଖରେ ପ୍ରାୟ ୧୫୦୦ ସରକାରୀ କର୍ମଚାରୀଙ୍କୁ ମଧ୍ୟ ନିୟୋଜିତ କରାଯାଇଛି । ନଏଡ଼ା ଟ୍ରାଫିକ୍ ପୁଲିସ୍ ଏକ ଟ୍ରାଫିକ୍ ଡାଇଭର୍ସନ ପ୍ଲାନ ଇସ୍ୟୁ ମଧ୍ୟ କରିଛି ।
“The eyes believe themselves, the ears believe other people.”
More Stories
ଅତ୍ୟଧିକ ଆମ୍ବ ଖାଇଲେ ହୋଇଥାଏ ଏହି ସମସ୍ୟା
ଶ୍ରବଣ ଓ ବାକ୍ ଶକ୍ତିର ଅସୁବିଧା ପାଇଁ ଗୋଟିଏ ସମାଧାନ
ସୋନିଆ ଓ ରାହୁଲଙ୍କ ସମ୍ପତ୍ତି ଜବତ କଲା ଇଡି