ହେମାନନ୍ଦ ବିଶ୍ୱାଳଙ୍କ ଝିଅ ସୁନୀତା ବିଶ୍ବାଳ କଂଗ୍ରେସରେ ଯୋଗ ଦେଇଛନ୍ତି। ବୁଧବାର ସେ “ଶଙ୍ଖ’ ଛାଡ଼ିଥିଲେ, ୨୪ ଘଣ୍ଟା ନପୂରୁଣୁ ସେ ଗୁରୁବାର “ହାତ’ ଧରିଛନ୍ତି । ଜୁଲାଇ ୧୧ରେ ରାହୁଲ ଗାନ୍ଧୀଙ୍କ ଓଡ଼ିଶାଗସ୍ତର କିଛିଘଣ୍ଟା ପୂର୍ବରୁ ସେ କଂଗ୍ରେସରେ ସାମିଲ ହୋଇଛନ୍ତି। ବୁଧବାର ସୁନୀତା ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ । ବ୍ୟକ୍ତିଗତ କାରଣ ଦର୍ଶାଇ ସୁନୀତା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପାଖକୁ ଇସ୍ତଫା ପତ୍ର ପଠାଇଥିଲେ । ସୁନୀତା ୨୦୧୯ ସାଧାରଣ ନିର୍ବାଚନରେ ସୁନ୍ଦରଗଡ଼ ଲୋକସଭା ଆସନରୁ ବିଜେଡିରୁ ପ୍ରାର୍ଥୀ ହୋଇ ନିର୍ବାଚନ ଲଢ଼ିଥିଲେ ଆଉ ପାଖାପାଖି ୨ ଲକ୍ଷ ୭୭ ହଜାର ଭୋଟ୍ ମଧ୍ୟ ପାଇଥିଲେ । ପୂର୍ବରୁ ୨୦୨୪ ନିର୍ବାଚନକୁ ଦୃଷ୍ଟିରେ ରଖି ସେ କଂଗ୍ରେସ ଦଳକୁ ଯାଉଥିବା ଚର୍ଚ୍ଚା ହୋଇଥିଲା । ପରେ କିନ୍ତୁ ସୁନୀତା ଏଭଳି ଚର୍ଚ୍ଚାକୁ ଖଣ୍ଡନ କରିଥିଲେ ।
More Stories
ଆକାଶ-ବବି ମୁହାଁମୁହିଁ, ଯାଜପୁରରେ ଆଉ ନାହିଁ ବିଜେଡି ବଳ
ଜୟନାରାୟଣଙ୍କ ଅଡୁଆ କଥା, ରାହୁଲ ଜଣେ ଜୋକର୍
ଜେଲ୍ ରୁ ଖଲାସ୍ ହେଲା ଜଗା ପ୍ରଧାନ