ଝାରସୁଗୁଡା ଉପକାରାଗାର ଗଲା ଅଭିଯୁକ୍ତ ଗୋପାଳ । ସୁରକ୍ଷା ଦୃଷ୍ଟିକୋଣରୁ ଗୋପାଳକୁ ଝାରସୁଗୁଡ଼ା ସବଜେଲରେ ସ୍ୱତନ୍ତ୍ର ହାଇ ସିକ୍ୟୁରିଟି ସେଲରେ ରଖାଯାଇଛି । ଏନେଇ ଜେଲ୍ କର୍ତ୍ତୃପକ୍ଷଙ୍କ ତରଫରୁ ସୂଚନା ରହିଛି ଏହି ସେଲରେ ଗୋପାଳ ଏକା ରହୁଥିବା ବେଳେ ତା ଉପରେ ୨୪ ଘଣ୍ଟିଆ ନଜର ରଖାଯାଇଛି । ତେବେ ଅନ୍ୟ କଏଦୀଙ୍କ ପରି ସେ ସମ୍ପୃକ୍ତ ବ୍ଲକରୁ ବାହାରିପାରିବ ନାହିଁ । ଏଥିପାଇଁ ଜେଲ୍ ପରିସରରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିବା ବେଳେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିବା ଜେଲ୍ ପକ୍ଷରୁ କୁହାଯାଇଛି । ଗତକାଲି ୧୬୪ ଧାରାରେ ବୟାନ ରେକର୍ଡ କରାଯିବା ସହ ପୂରା ଘଟଣାର ଭିଡିଓଗ୍ରାଫି କରାଯାଇଛି । କ୍ରାଇମବ୍ରାଞ୍ଚ ଅଧିକ ରିମାଣ୍ଡ ନେଇ କୌଣସି ଆବେଦନ ନକରିବା ପରେ ଝାରସୁଗୁଡ଼ା ଉପକାରାଗାରକୁ ସ୍ଥାନାନ୍ତର କରିଦିଆଯାଇଛି । ଅଭିଯୁକ୍ତ ଗୋପାଳର ସୁରକ୍ଷା ଦୃଷ୍ଟିରୁ ଚୌଦ୍ୱାର ଜେଲକୁ ସ୍ଥାନାନ୍ତର କରିବା ପାଇଁ ଜେଲ ବିଭାଗ ପକ୍ଷରୁ କୋର୍ଟଙ୍କୁ ଅବଗତ କରାଯାଇଛି ।
More Stories
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା