ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ପାଇଁ ସତର୍କ କରାଇଲା ପରିବହନ ବିଭାଗ । ଆସନ୍ତା ସେପ୍ଟେମ୍ବର ୩୦ ତାରିଖ ସୁଦ୍ଧା ଯେଉଁସବୁ ଯାନର ପଞ୍ଜୀକରଣର ଶେଷ ସଂଖ୍ୟା ୧ ଏବଂ ୨ ସହିତ ସମାପ୍ତ ହେଉଥିବ, ସେମାନେ ଏଚଏସଆରପି ନମ୍ବର ପ୍ଲେଟ ଲଗେଇବାକୁ ବାଧ୍ୟ । ଅକ୍ଟୋବର ୧ ତାରିଖ ସୁଦ୍ଧା ଆଇନ ପ୍ରଣୟନକାରୀ ସଂସ୍ଥା ଗୁଡିକ, ଓଡିଶା ରେଜିଷ୍ଟ୍ରେସନ୍ ମାର୍କ ଏବଂ ଯେଉଁସବୁ ଯାନର ପଞ୍ଜୀକରଣର ଶେଷ ସଂଖ୍ୟା ୧, ୨, ୩ ଏବଂ ୪ ଥିବା ଯାନର ଏଚଏସଆରପି ନମ୍ବର ପ୍ଲେଟ ଫିଟମେଣ୍ଟକୁ ତଦାରଖ କରିବେ । ଅଗଷ୍ଟ ୨୪ ତାରିଖ ସୁଦ୍ଧା, ମୋଟ ୭,୦୬,୨୧୭ ଗାଡ଼ି ମାଲିକ ସ୍ଲଟ ବୁକ୍ କରିଛନ୍ତି । ସେଥିମଧ୍ୟରୁ ୪,୦୮,୬୮୦ ଗାଡିରେ ଏଚଏସଆରପି ନମ୍ବର ପ୍ଲେଟ ଲଗାଯାଇଛି ।
More Stories
ପିଏମ୍ ସ୍ୱନିଧି ଯୋଜନାରେ ବଡ ପରିବର୍ତ୍ତନ
ପିଲାଙ୍କ ଠାରେ ଏପରି ସମସ୍ୟା ଦେଖିଲେ ହୁଅନ୍ତୁ ସାବଧାନ
CSM Synapse 4.0 ରେ ଜିତିଲେ କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍