ହାଇସିକ୍ୟୁରିଟି ନମ୍ବର ଲଗାଇନଥିବା ଚାଳକ ସାବଧାନ୍ । ଜୁନ୍ ୨୩ରୁ ଜୋରଦାର ହେବ ଗାଡ଼ି ଯାଞ୍ଚ୍ । ନୂଆ ନମ୍ବର ପ୍ଲେଟ୍ ଲଗାଇନଥିଲେ ଦେବାକୁ ପଡିବ ତଣ୍ଡ । ଏନେଇ ପରିବହନ ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି । ଯାଞ୍ଚ ବେଳେ ନୂଆ ନମ୍ବର ପ୍ଲେଟ୍ ଲାଗିନଥିଲେ ଗାଡ଼ି ଚାଳକଙ୍କଠାରୁ ଜରିମାନା ଆଦାୟ ହେବ । ନିୟମ ପାଳନ କରୁନଥିବା ଗାଡ଼ି ଚାଳକଙ୍କ ଇ-ଚାଲାଣ କଟାଯାଇ ୫ ହଜାର କିମ୍ବା ୧୦ ହଜାର ଜରିମାନା କରାଯିବ । ଏକ ପ୍ରେସ ନୋଟ୍ ଜରିଆରେ ଏନେଇ ସୂଚନା ଦେଇଛନ୍ତି ସଡ଼କ ସୁରକ୍ଷା ପରିବହନ କମିଶନର ଲାଲମୋହନ ସେଠୀ । ଚଳିତବର୍ଷ ଫେବୃୟାରୀ ୨୮ ତାରିଖ ସୁଦ୍ଧା ହାଇସିକ୍ୟୁରିଟି ନମ୍ବର ଲଗାଇବା ପାଇଁ ସମୟ ସୀମା ଧାର୍ଯ୍ୟ କରାଯାଇଥିଲା । ଏହା ସତ୍ତ୍ବେ ଏବେ ବି ଅନେକ ଚାଳକ ବିନା ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ଥିବା ଗାଡ଼ି ଚଳାଉଛନ୍ତି ।
More Stories
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା