SHABANA AZMI SHARES FIRST LOOK FROM HOLLYWOOD SERIES HALO 2the topmost

ହଲିଉଡ୍‌ ସିରିଜରେ ଶବାନା

ବଲିଉଡର ପ୍ରସିଦ୍ଧ କଳାକାର ଶବାନା ଆଜମୀ ଖୁବଶୀଘ୍ର ଏକ ହଲିଉଡ୍‌ ସିରିଜରେ ନଜର ଆସିବେ । ଏହାର ନାମ ରହିଛି ‘ହାଲୋ’ । ଏଥିରେ ଶବାନାଙ୍କ ସହ ହଲିଉଡ୍‌ର ଲୋକପ୍ରିୟ କଳାକାର ନାଟାଚା ମ୍ୟାକେଲହୋନ୍‌ ଏବଂ କେଟ୍‌ କେନେଡି ଅଭିନୟ ମଧ୍ୟ କରୁଛନ୍ତି । ଶବାନା ଏହି ଶୋରୁ ତାଙ୍କ ଲୁକ୍‌କୁ ସୋସିଆଲ ମିଡିଆରେ ସେୟାର କରି ତାଙ୍କ ଭୂମିକାରେ ସମ୍ପର୍କରେ ଲେଖିଛନ୍ତି । ହାଲୋ ସିରିଜରେ ଆଡମିରାଲ ପାରାନଗୋସ୍କି ଚରିତ୍ରରେ ଶବାନା ଅଭିନୟ କରୁଛନ୍ତି । ଏଥିସହ ଏହା ତାଙ୍କର ପ୍ରଥମ କଲର୍‌ ବ୍ଲାଇଣ୍ଡ୍‌ କାଷ୍ଟିଂ ଫିଲ୍ମ । ସିରିଜଟି ୨୪ ମାର୍ଚ୍ଚରେ ମୁକ୍ତିଲାଭ କରିବ । ଏହି ସିରିଜକୁ ନେଇ ଶବାନା ଖୁବ ଉତ୍ସାହିତ ଅଛନ୍ତି । ତାଙ୍କ ବୋହୂ ଶିବାନୀ ଦାଣ୍ଡେକର ମଧ୍ୟ ଏହାକୁ ନେଇ ନିଜର ଖୁସି ଇନଷ୍ଟାଗ୍ରାମ ପୋଷ୍ଟ ଜରିଆରେ ପ୍ରକାଶ କରିଛନ୍ତି । ସେପଟେ ଶବାନା ତାଙ୍କ ଆଗାମୀ ବଲିଉଡ୍‌ ଫିଲ୍ମ ‘ରକି ଓର୍‌ ରାନୀ କି ପ୍ରେମ କାହାଣୀ’ରେ ବ୍ୟସ୍ତ ଅଛନ୍ତି ।

SHARE BY