ସାମାନ୍ୟ ଖାଦ୍ୟରୁ ବି ହୋଇପାରେ ହୃଦଘାତ। ହୃଦଘାତକୁ ଏଡାଇବା ପାଇଁ ଆମେମାନେ ନିଜର ଖାଦ୍ୟଗତ ଶୈଳୀକୁ ବଦଳାଇବା ନିହାଁତି ଆବଶ୍ୟକ। ମଣିଷ ଶରୀର ପାଇଁ ଆବଶ୍ୟକୀୟ ପୋଷକ ତତ୍ୱ ଓ ଅମ୍ଲଜାନ ନିହାତି ଦରକାର ପଡ଼ିଥାଏ । ଆଜିକାଲି ଆମେ ଯେଉଁ ଖାଦ୍ୟ ସବୁ ଖାଉଛନ୍ତି ତାହା ବିଷ ସଦୃଶ୍ୟ ହୋଇଯାଇଛି। ଯାହା ମଣିଷର ରୋଗ ପ୍ରତିରୋଧକ ଶକ୍ତିକୁ ହ୍ରାସ କରିବା ସହ ଆମକୁ ହୃଦଘାତ ଭଳି ମାରାତ୍ମକ ରୋଗର ନିକଟବର୍ତ୍ତୀ କରାଉଛି ।
ଖାଦ୍ୟରେ ଅଧିକ ମାତ୍ରାରେ ଲୁଣ ମଣିଷକୁ ସିଧାସଳଖ ହୃଦଘାତର ନିକଟତର କରାଇଥାଏ। ଯାହା ମଣିଷର ଜୀବନ ମଧ୍ୟ ନେବାକୁ ପଛାଇ ନଥାଏ । ଏଥିପାଇଁ ଖାଦ୍ୟରେ କମ୍ ଲୁଣ ବ୍ୟବହାର କରିବା ପାଇଁ ଡାକ୍ତରମାନେ ପରାମର୍ଶ ଦେଇଥାନ୍ତି। ବୈଜ୍ଞାନିକମାନଙ୍କ ଗବେଷଣାରୁ ପ୍ରକାଶ ପାଇଥିବା ଏକ ତଥ୍ୟ ଅନୁଯାୟୀ କମ୍ ପରିମାଣର ସୋଡିୟମ୍ ଗ୍ରହଣ କରୁଥିବା ବ୍ୟକ୍ତି ହୃଦଘାତ ପରି ସମସ୍ୟାରୁ ଦୂରେଇ ରହନ୍ତି।
ଅଧିକ ପରିମାଣରେ ଲୁଣ ଖାଇଲେ ଏହା କେବଳ ହୃଦ୍ରୋଗ ନୁହେଁ ବରଂ ରକ୍ତଚାପ ଓ ଷ୍ଟ୍ରୋକ୍ ପରି ସମସ୍ୟାର ମଧ୍ୟ କାରଣ ବନିଥାଏ। ସମୟେ ସମୟେ ଏହା ପେଟ କର୍କଟ ଓ ଯତ୍କୃତ ରୋଗର କାରଣ ମଧ୍ୟ ବନିଥାଏ।
ହୃଦ୍ରୋଗରୁ ବଞ୍ଚିବା ପାଇଁ ଆପଣଙ୍କୁ କେବଳ ଲୁଣ ନୁହେଁ, ବରଂ ମସଲାଜାତୀୟ ଖାଦ୍ୟରୁ ବି ନିଜକୁ ନିବୃତ ରଖିବାକୁ ପଡ଼ିବ। ଅତ୍ୟଧିକ ମସଲାଯୁକ୍ତ ଖାଦ୍ୟ ଖାଇଲେ ମଧ୍ୟ ହୃଦ୍ରୋଗ ସମସ୍ୟା ଉପୁଜି ଥାଏ।
More Stories
ଅଧିକ ସାନିଟାଇଜର ବ୍ୟବହାର କରୁଛନ୍ତି କି
ଯୋଗ କରିବା ପରେ ଏପରି କାମ କରୁଛନ୍ତି କି do’s and dont’s after yoga
ଏହି ଲକ୍ଷଣ ଥିଲେ, ଜାଣନ୍ତୁ ଆବଶ୍ୟକ ହେଉଛି ଫିଜିଓ ଥେରାପି