The Topmost

“The eyes believe themselves, the ears believe other people.”

ହଜିଯାଇଛି ଆମେରିକାର ନିଦ

ପୁଟିନଙ୍କ ସହ ଚୀନ ରାଷ୍ଟ୍ରପତି ନଜର ଆସିବା ବିଶେଷ କରି ଆମେରିକାର ନିଦ ହଜାଇ ଦେଇଛି । ଚୀନ ରାଷ୍ଟ୍ରପତି ଜିନପିଙ୍ଗ, ରୁଷ୍ ରାଷ୍ଟ୍ରପତି ପୁଟିନଙ୍କୁ ସାକ୍ଷାତ କରିଛନ୍ତି, ସେତେବେଳେ ଏହି ସାକ୍ଷାତକାର ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଚିନ୍ତାରେ ପକାଇଦେଇଛି । ପୁଟିନ- ଜିନପିଙ୍ଗଙ୍କ ସାକ୍ଷାତକାରକୁ ନେଇ କାହିଁକି ଟେନସନ୍ ହୋଇପଡ଼ିଛନ୍ତି ବାଇଡେନ ? ଏହି ସାକ୍ଷାତକାରକୁ ନେଇ ହ୍ୱାଇଟ୍ ହାଉସ କ’ଣ ପ୍ରତିକ୍ରିୟା ରଖିଲା ? ଆଉ ବିଶ୍ୱର ଏହି ଦୁଇ ଶୀର୍ଷ ନେତାଙ୍କ ମଧ୍ୟରେ କେଉଁ କେଉଁ ପ୍ରସଙ୍ଗକୁ ନେଇ ଆଲୋଚନା ହେଲା ? ଏ ସବୁ ପ୍ରଶ୍ନ ବର୍ତ୍ତମାନ ଉଠିବାରେ ଲାଗିଛି । ସେପଟେ ଆସନ୍ତାବର୍ଷ ଋଷରେ ହେବାକୁଥିବା ରାଷ୍ଟ୍ରପତି ନିର୍ବାଚନ ପାଇଁ ପୁଟିନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଜିନପିଙ୍ଗ । ଜିନପିଙ୍ଗ କହିଛନ୍ତି, ମୁଁ ଆଶା କରୁଛି, ଚୀନ୍ ଓ ୠଷ ମଧ୍ୟରେ ଥିବା ସମ୍ପର୍କ ସମଗ୍ର ବିଶ୍ୱକୁ ନୂଆ ଦିଶା ଦେବ । ଦୁଇ ଦେଶ ପରସ୍ପରର ବିକାଶ ଦିଗରେ କାମ କରିବେ । ଏକଥା ସ୍ପଷ୍ଟ କରୁଛି ଯେ ରୁଷକୁ କେତେ ଗୁରୁତ୍ୱ ଦେଉଛନ୍ତି ଜିନପିଙ୍ଗ ।