ହକି ପ୍ରୋଲିଗ୍ ମ୍ୟାଚର ଟିକେଟ ନେବାକୁ ଲାଗିଲାଣି ଲମ୍ବା ଲାଇନ୍ । ବିର୍ସାମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ ଆଗରେ ସକାଳୁ ସକାଳୁ ହକି ପ୍ରେମୀଙ୍କ ଗହଳି ଦେଖିବାକୁ ମିଳିଛି । ୧୦ ତାରିଖରୁ ଆରମ୍ଭ ହେଉଛି ହକି ପ୍ରୋଲିଗ ମ୍ୟାଚ । ଏଥିପାଇଁ ଆଜିଠାରୁ ଅଫ୍ ଲାଇନରେ ଟିକେଟ୍ ବିକ୍ରି ହେବାକୁ ଯାଉଛି । ଟିକଟ ନେବାକୁ ଦୁଇଟି ଟିକେଟ କାଉଣ୍ଟର ବ୍ୟବସ୍ଥା ହୋଇଛି । ଯେଉଁମାନେ ଅନଲାଇନରେ ଟିକେଟ କିଣିଛନ୍ତି ସେମାନେ ବିର୍ସାମୁଣ୍ଡା ଷ୍ଟାଡିୟମର ଗେଟ ନମ୍ବର ୨ ଓ ୬ରୁ ଟିକେଟ ସଂଗ୍ରହ କରିପାରିବେ ବୋଲି ଜଣାଯାଇଛି । ଆଉ କିଛି ଦିନରେ ହକି ମ୍ୟାଚ ଥିବା ବେଳେ ହକି ପ୍ରେମୀଙ୍କଠାରେ ଏବେଠୁ ଉତ୍କଣ୍ଠା ବଢିବାରେ ଲାଗିଛି ।
More Stories
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା