ଏଲଏସିରେ ବଢୁଛନ୍ତି ଚୀନ୍ ସେନା । ସୈନ୍ୟ ସଂଖ୍ୟା ବଢାଇବା ଆରମ୍ଭ କରିଛି ଚୀନର ପିପୁଲ୍ସ ଲିବରେସନ ଆର୍ମି ବା ପିଏଲଏ । କିନ୍ତୁ ସବୁ ସ୍ଥିତିର ମୁକାବିଲା କରିବାକୁ ଭାରତୀୟ ସେନା ପ୍ରସ୍ତୁତ ଅଛି । ଏନେଇ ସ୍ଥଳ ସେନାଧ୍ୟକ୍ଷ ଜେନେରାଲ ମନୋଜ ପାଣ୍ଡେ କହିଛନ୍ତି । ବାର୍ଷିକ ସେନା ଦିବସ ଉପଲକ୍ଷେ ନୂଆଦିଲ୍ଲୀଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ ପୂର୍ବାଞ୍ଚଳ କମାଣ୍ଡ ଅଧିନରେ ଆସୁଥିବା ପ୍ରକୃତ ନିୟନ୍ତ୍ରଣ ରେଖା ସେପଟେ ପୁଣି ଚୀନର ସୈନ୍ୟ ସଂଖ୍ୟା ବୃଦ୍ଧି ପାଉଛି । ସ୍ଥିତି ଉପରେ ଭାରତୀୟ ସେନା ତୀକ୍ଷ୍ଣ ନଜର ରଖିଛି ବୋଲି ସେ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଚୀନକୁ ଲାଗିଥିବା ଉତ୍ତରସୀମାରେ ସ୍ଥିତି ନିୟନ୍ତ୍ରଣରେ ରହିଥିଲେ ବି ଉତ୍ତେଜନାପୂର୍ଣ୍ଣ ରହିଛି ।
More Stories
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ
ବିମାନ ଦୁର୍ଘଟଣାର ଚାଲିଛି ପୁଙ୍ଖାନୁପୁଙ୍ଖ ତଦନ୍ତ
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ