କର୍କଟ ରୋଗର ଶୀଘ୍ର ଚିହ୍ନଟ କରିବା ଓ ଗୁରୁତ୍ୱକୁ ବୁଝି ଏହାର ପ୍ରଭାବଶାଳୀ ଚିକିତ୍ସା ପାଇଁ ଆଇଆଇଟି ରୁରକିର ପ୍ରଫେସରମାନଙ୍କର ଏକ ଦଳ ଗୋଟିଏ ସରଳ ଓ ସହଜ ଉପାୟ ବାହାର କରିଛନ୍ତି। ସେମାନେ ନିଶ୍ୱାସ-ଆଧାରିତ କର୍କଟ ଚିହ୍ନଟକାରୀ ଫୁଙ୍କିବା ଯନ୍ତ୍ର ବିକଶିତ କରିଛନ୍ତି ଯାହା ସ୍ତନ, ଫୁସଫୁସ ଏବଂ ମୁଖ କର୍କଟ ରୋଗର ଉପସ୍ଥିତି ଚିହ୍ନଟ କରିପାରିବ। ଏହି ପ୍ରସ୍ତାବିତ ଯନ୍ତ୍ରଟି ବିଓଏଲଇ ଡିଟେକ୍ଟର କଲରିମେଟ୍ରିର ନୀତି ଉପରେ କାମ କରିବ।
ପ୍ରଫେସର ଇନ୍ଦ୍ରନିଲ ଲାହିରୀ, ପ୍ରଫେସର ପାର୍ଥ ରୟ, ପ୍ରଫେସର ଡେବ୍ରୁପା ଲାହିରୀ ଏବଂ ସେମାନଙ୍କ ଗୋଷ୍ଠୀର ଅନ୍ୟ କିଛି ଗବେଷକ ଏହି ବିରଳ ସଫଳତା ହାସଲ କରିଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଆଇଆଇଟି ରୁରକି ଟାଟା ଷ୍ଟିଲ ସହିତ ଏହି ଟେକ୍ନୋଲୋଜି ସ୍ଥାନାନ୍ତର ପାଇଁ ଚୁକ୍ତିନାମା ସ୍ୱାକ୍ଷର କରିଛନ୍ତି।
ନିଶ୍ୱାସ-ଆଧାରିତ କର୍କଟ ଚିହ୍ନଟକାରୀ ଯନ୍ତ୍ର ବା ଡିଭାଇସ୍ଟି କିପରି କାର୍ଯ୍ୟ କରେ?
ଡିଭାଇସର ଜ୍ଞାନ ବିଷୟରେ ସୂଚନା ଦେବାକୁ ଯାଇ ଏହି ବିଓଏଲଇ ଡିଟେକ୍ଟରର ଅଗ୍ରଣୀ ଗବେଷକ ପ୍ରଫେସର ଇନ୍ଦ୍ରନିଲ ଲାହିରୀ କହିଛନ୍ତି, ଏହା ଏକ ଦ୍ରୁତ, ସହଜ, ପକେଟ ଅନୁକୂଳ ସ୍ତନ, ଫୁସଫୁସ, ମୁୂଖ କର୍କଟ ସ୍କ୍ରିନିଂ ଡିଭାଇସ୍ ଅଟେ। ଜଣେ ବ୍ୟକ୍ତି କେବଳ ଏହି ଡିଭାଇସରେ ପୁଙ୍କିବା ଆବଶ୍ୟକ।
ସେ କହିଛନ୍ତି, ପରୀକ୍ଷାର ତୁରନ୍ତ ପରେ, ବ୍ୟକ୍ତି ଜଣକ ଏକ ର୍ନିଦ୍ଦିଷ୍ଟ ରଙ୍ଗ କୋଡ୍ ସହିତ ସବ୍ ଷ୍ଟ୍ରେଟ୍ ର ରଙ୍ଗ ସହିତ ମେଳ ଖାଇପାରିବେ ଏବଂ ସ୍ତନ, ଫୁସଫୁସ ଏବଂ ମୁଖ କର୍କଟ ହେବାର ସମ୍ଭାବନା ଜାଣ ପାରିବେ।
କାର୍ଯ୍ୟର୍ନିବାହୀ ନିର୍ଦ୍ଦେଶକ ପ୍ରଫେସର ଏମଏଲ ଶର୍ମା ଏହା ଉପରେ ଆଲୋକପାତ କରି କହିଛନ୍ତି, ଯେତେ ଶୀଘ୍ର କର୍କଟ ରୋଗ ଚିହ୍ନଟ ହେବ, ତାହା ସେଥିରୁ ସେତେ ଜଲଦି ଆରୋଗ୍ୟଲାଭ କରିବାର ସମ୍ଭାବନା ଅଧିକ। ସେ କହିଛନ୍ତ ଯେ ଆଜିର ଦୁନିଆରେ କର୍କଟ ରୋଗର ଚିହ୍ନଟ ମହଙ୍ଗା ହେଉଥିବା ବେଳେ ଏହି ଟେକ୍ନୋଲୋଜି ସ୍ଥାନାନ୍ତର ଦ୍ୱାରା କର୍କଟ ରୋଗରେ ପୀଡିତ ଏବଂ ବିନା ଚିହ୍ନଟରେ ଚାଲିଥିବା ଲୋକଙ୍କ ସଫଳ ଚିକିତ୍ସା ପାଇଁ ଫଳପ୍ରଦ ସାବ୍ୟସ୍ତ ହେବ।
More Stories
ଅଧିକ ସାନିଟାଇଜର ବ୍ୟବହାର କରୁଛନ୍ତି କି
ଯୋଗ କରିବା ପରେ ଏପରି କାମ କରୁଛନ୍ତି କି do’s and dont’s after yoga
ଏହି ଲକ୍ଷଣ ଥିଲେ, ଜାଣନ୍ତୁ ଆବଶ୍ୟକ ହେଉଛି ଫିଜିଓ ଥେରାପି