ରାଜ୍ୟର ଜୟପୁର ସହରକୁ ଉଡିବ ପ୍ରଥମ ବିମାନ । ଅକ୍ଟୋବର ୩୧ ତାରିଖ ସୋମବାର ଠାରୁ ଭୁବନେଶ୍ୱରରୁ ଜୟପୁରକୁ ଉଡିବ ବମାନ । ଏନେଇ ବିମାନ ଚଳାଚଳ ସଂସ୍ଥା ଇଣ୍ଡିଆ ୱାନ ଏୟାର ପକ୍ଷରୁ ସୂଚନା ଦିଆଯାଇଛି । ପ୍ରଥମ ବିମାନ ଭୁବନେଶ୍ୱରରୁ ଜୟପୁର ଯିବାକୁ ଥିବା ବେଳେ ଟିକେଟ୍ ବୁକିଂ ଆରମ୍ଭ ହୋଇଯାଇଛି । ଯାତ୍ରୀଙ୍କ ପାଇଁ ଟିକେଟର ମୂଲ୍ୟ ୯୯୯ ଟଙ୍କା ରଖାଯାଇଛି । ଉଭୟ ଭୁବନେଶ୍ୱରରୁ ଜୟପୁର ଏବଂ ଜୟପୁରରୁ ଭୁବନେଶ୍ୱର ଯିବା ପାଇଁ ଟିକେଟର ମୂଲ୍ୟ ୯୯୯ ରଖାଯାଇଥିବା ଇଣ୍ଡିଆ ୱାନ ଏୟାର ପକ୍ଷରୁ ସୂଚନା ଦିଆଯାଇଛି । ଏହା ପୂର୍ବରୁ ଝାରସୁଗଡା ସହରକୁ ବିମାନ ସେବା ଆରମ୍ଭ ହୋଇଥିଲା ।
More Stories
ଡାକ୍ତରଙ୍କ ମନମୁଖି ଓପିଡି ବନ୍ଦ ଘୋଷଣା
ନବଜାତକଙ୍କ ପାଇଁ ସରକାରୀ ଟୀକା କେତେ ଜରୁରୀ
CSM Synapse 4.0 ରେ ଜିତିଲେ କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍