ରଥଯାତ୍ରାକୁ ବାକି ରହିଲା ଆଉ ମାତ୍ର ୪ ଦିନ । ତେବେ ସମୟ ପୂର୍ବରୁ ରଥ ପ୍ରସ୍ତୁତ କରିବାକୁ ଚାଲିଛି ଜୋରଦାର ପ୍ରୟାସ । ଏନେଇ ରଥରେ ଦିଆଯାଉଛି ଶେଷ ସ୍ପର୍ଶ । ରବିବାର ରଥରେ କଳସ ଉଠି ଅଁଳା ଓ ଓଲଟଶୁଆ ସ୍ଥାପନ କରାଯାଇଛି । ତିନି ରଥରେ ୩ଟି କଳସ ଓ ୬ଟି ଓଲଟ ଶୁଆ ସ୍ଥାପନ କରାଯାଇଛି । ରଥରେ କନକମୁଣ୍ଡି କାର୍ଯ୍ୟ ଓ ରଥଖଳାରେ ରୂପକାରଙ୍କ ପ୍ରଭା କାର୍ଯ୍ୟ ଅନ୍ତିମ ପର୍ଯ୍ୟାୟରେ । ଏହାସହ ରଥରେ ହଂସପଟା ଲଗାଯାଇଛି । କାର୍ଯ୍ୟ ସରିବାରେ ରବିବାର ସମ୍ପୂର୍ଣ୍ଣ ଭାବେ ରଥ ଚାଳି ଭଙ୍ଗାଯାଇଛି । ଘୋଷଯାତ୍ରାକୁ ଆଉ ଦିନ କେଇଟା ବାକି ଥିବାବେଳେ ଚିତ୍ରକର, ରୂପକାର ଓ ଦର୍ଜୀଙ୍କ କାର୍ଯ୍ୟ ଜୋରଦାର ଚାଲିଛି । ରଥଖଳାରେ ଉଜ୍ୱଳ ଆଲୋକ ବ୍ୟବସ୍ଥା ହୋଇ ବିଳମ୍ବିତ ରାତି ପର୍ଯ୍ୟନ୍ତ ରୂପକାରମାନେ କାମ କରୁଛନ୍ତି ।
“The eyes believe themselves, the ears believe other people.”
More Stories
କିଟ୍ ଛାତ୍ରୀ ଆତ୍ମହତ୍ୟା ମାମଲା, ବଡ ଅଡୁଆକୁ ଛୋଟ ସମାଧାନ
୧.୯୩ ଲକ୍ଷ ପରୀକ୍ଷାର୍ଥୀଙ୍କର ଆରମ୍ଭ ହେଲା ଯୁକ୍ତ୨ ପରୀକ୍ଷା
ଲଭ୍, ସେକ୍ସ ଓ ଧୋକା କେସରେ କିଟ୍ ଛାତ୍ରୀଙ୍କ ଆତ୍ମହତ୍ୟା