The Topmost

“The eyes believe themselves, the ears believe other people.”

ସୁରକ୍ଷାକର୍ମୀଙ୍କୁ ବଡ ସଫଳତା 

ସୁରକ୍ଷାକର୍ମୀଙ୍କୁ ବଡ ସଫଳତା  । ସର୍ଚ୍ଚ ଅପରେସନ ବେଳେ ଏନକାଉଣ୍ଟରରେ ଟଳିଲେ ୩ ମାଓବାଦୀ । କଳାହାଣ୍ଡି ଜିଲ୍ଲା ଏମ.ରାମପୁରରେ ମାଓବାଦୀ ଏବଂ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟରେ ୩ ଜଣ ମାଓବାଦୀ ପ୍ରାଣ ହରାଇଛନ୍ତି । ଟାପରାଙ୍ଗ ଜଙ୍ଗଲରେ ମାଓବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ମାଓବାଦୀଙ୍କ ଗୁଳିରେ ଜଣେ ପୋଲିସ ଡିଏସପି ଆହତ ହୋଇଛନ୍ତି । ତାଙ୍କୁ ପ୍ରଥମେ ଏମ.ରାମପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପ୍ରାଥମିକ ଚିକିତ୍ସା ପରେ ଆହତ ଡିଏସପିଙ୍କୁ ବଲାଙ୍ଗୀର ଭାମ ଭୋଇ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।