The Topmost

“The eyes believe themselves, the ears believe other people.”

ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ଶୁଣାଣି

ବିବାହକୁ ନେଇ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ଶୁଣାଣି । ହିନ୍ଦୁ ବିବାହ ଆଇନ ଅନୁଯାୟୀ ଧର୍ମ-ଧର୍ମ ଭିତରେ ବିବାହ ଅବୈଧ ବୋଲି କହିଛନ୍ତି ସୁପ୍ରିମକୋର୍ଟ । ଆଇନ ଅନୁସାରେ କେବଳ ହିନ୍ଦୁ ମାନେ ହିନ୍ଦୁଙ୍କୁ ବିବାହ କରିପାରିବେ । ଜଷ୍ଟିସ୍ କେଏମ୍ ଜୋସେଫ ଓ ବିଭି ନାଗରତ୍ନାଙ୍କ ଖଣ୍ଡପୀଠ ତେଲେଙ୍ଗାନା ହାଇକୋର୍ଟଙ୍କ ଅଗଷ୍ଟ ୨୦୧୭ର ଏକ ରାୟକୁ ଚ୍ୟାଲେଞ୍ଜ କରି ହୋଇଥିବା ଏକ ଆବେଦନର ଶୁଣାଣି କରି ଏହା କହିଛନ୍ତି । ୨୦୧୩ରେ ଅଭିଯୋଗକାରିଣୀ ହାଇଦ୍ରାବାଦରେ ଏକ ମାମଲା ରୁଜୁ କରିଥିଲେ । ଦାବି କରିଥିଲେ ଆବେଦନକାରୀଙ୍କ ସହ ୨୦୦୮ରେ ହିନ୍ଦୁ ରୀତିନୀତି ଅନୁସାରେ ତାଙ୍କର ବାହାଘର ହୋଇଥିଲା । କିନ୍ତୁ ଆବେଦନକାରୀ ଜଣେ ଖ୍ରୀଷ୍ଟିଆନ ହୋଇଥିବା ବେଳେ ଅଭିଯୋଗକାରିଣୀ ଜଣେ ହିନ୍ଦୁ । ହେଲେ ଆବେଦନକାରୀ ଅଭିଯୋଗକୁ ଅସ୍ୱୀକାର କରିଛନ୍ତି । ତାଙ୍କ ସହ ଅଭିଯୋଗକାରିଣୀଙ୍କ ବିବାହ ହୋଇନାହିଁ ଏବଂ ଅଭିଯୋଗକାରିଣୀଙ୍କ ପାଖରେ କୌଣସି ପ୍ରମାଣ ନାହିଁ ବୋଲି ସେ କହିଛନ୍ତି ।