The Topmost

“The eyes believe themselves, the ears believe other people.”

ସୁପ୍ରିମକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ

ସରକାରୀ କର୍ମଚାରୀମାନଙ୍କ ଓଭର ଟାଇମ୍ ଡ୍ୟୁଟିକୁ ନେଇ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ ଦେଇଛନ୍ତି । କୋର୍ଟ କହିଛନ୍ତି କି, ସରକାରୀ କର୍ମଚାରୀମାନେ ଓଭରଟାଇମ ଆଲାଉନ୍ସର ହକଦାର ନୁହଁନ୍ତି । ଏହା ସହାୟତା କାଟାଗୋରୀ ଭିତରେ ଆସୁନାହିଁ ବୋଲି କୋର୍ଟ ସ୍ପଷ୍ଟ କରିଦେଇଛନ୍ତି । କୋର୍ଟ କହିଛନ୍ତି କି ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ପରି ସରକାରୀ କର୍ମଚାରୀମାନେ ବେତନ କମିଶନ ସଂଶୋଧନର ସୁବିଧା ପାଇବା ସହ ଅନ୍ୟାନ୍ୟ ସୁବିଧା ସୁଯୋଗ ପାଉଥିବାରୁ ସେମାନେ ଉଭର ଟାଇମ ଆଲାଉନ୍ସ ପାଇବାକୁ ହକଦାର ନୁହଁନ୍ତି । କୋର୍ଟ କହିଛନ୍ତି କି ଓଭର ଟାଇମ କାର୍ଯ୍ୟ ଭତ୍ତା ଦାବି କରିବା ନିୟମ ଅନୁଯାୟୀ ନୁହେଁ, ଯେଉଁ କାରଣରୁ ଏହା ଦାବି କରାଯାଇପାରିବ ନାହିଁ । ସିକ୍ୟୁରିଟି ପ୍ରିଣ୍ଟିଂ ଆଣ୍ଡ ମିଟିଂ କର୍ପୋରେସନ ଅଫ୍ ଇଣ୍ଡିଆ ଏବଂ ଏହାର କର୍ମଚାରୀଙ୍କ ମଧ୍ୟରେ ଓଭର ଟାଇମ ଭତ୍ତା ସଂପର୍କରେ କୋର୍ଟ ଏହି ନିଷ୍ପତ୍ତି ନେଇଛନ୍ତି  ।