ଅନେକ ବାଦ ବିବାଦ ଭିତରେ ‘ଦି କେରଳ ଷ୍ଟୋରୀ’ ଫିଲ୍ମଟି ଶୁକ୍ରବାର ରିଲିଜ୍ ହୋଇଛି । ତେବେ ରିଲିଜ୍ ପରେ ଫିଲ୍ମଟି ଭଲ ବ୍ୟବସାୟ କରିଥିଲେ ବି ତାମିଲନାଡୁରେ ଏହାର ପ୍ରଦର୍ଶନ ଉପରେ ରୋକ୍ ଲଗାଯାଇଛି । ଫିଲ୍ମଟି ପ୍ରାୟ ୨୦କୋଟି ଆୟ କରିସାରିଥିବା ବେଳେ ତାମିଲନାଡୁର ମଲ୍ଟିପ୍ଲେକ୍ସ ଆସୋସିଏସନ୍ ପ୍ରେକ୍ଷାଳୟରେ ଫିଲ୍ମ ଦେଖାଇବାକୁ ମନା କରିଦେଇଛନ୍ତି। ସୂଚନା ଅନୁଯାୟୀ, ତାମିଲନାଡୁ ମଲ୍ଟିପ୍ଲେକ୍ସ ଆସୋସିଏସନ ରବିବାରଠାରୁ ସାରା ରାଜ୍ୟରେ ‘ଦି କେରଳ ଷ୍ଟୋରୀ’ର ସ୍କ୍ରିନିଂ ବନ୍ଦ କରାଯିବ ବୋଲି ଘୋଷଣା କରିଛି। ଏହାର ନିଷ୍ପତ୍ତି ପଛର କାରଣ ଦର୍ଶାଇ କରି ଆସୋସିଏସନ କହିଛି ଯେ ଏହି ଚଳଚ୍ଚିତ୍ର ‘ଆଇନ ଶୃଙ୍ଖଳା ପ୍ରତି ବିପଦ’ ଆଣିପାରେ। ଏହା ସହିତ ସାଧାରଣ ଜନତାଙ୍କ ଦ୍ୱାରା ଚଳଚ୍ଚିତ୍ରକୁ ଭଲ ପ୍ରତିକ୍ରିୟା ମିଳିନଥିବାରୁ ଏହି ନିଷ୍ପତ୍ତି ନିଆଯାଇଥିବା କୁହାଯାଇଛି। ତାମିଲନାଡୁର ଅନେକ ରାଜନୈତିକ ସଂଗଠନ ମଧ୍ୟ ଧମକ ଦେଇଛନ୍ତି ଯେ ଯଦି ଫିଲ୍ମଟି କୌଣସି ସିନେମା ହଲରେ ପ୍ରଦର୍ଶିତ ହୁଏ ତେବେ ଏହା ବନ୍ଦ ହୋଇଯିବ।
“The eyes believe themselves, the ears believe other people.”
More Stories
ଟ୍ରେଣ୍ଡରେ ଛିଛି ଗୀତ
ଦର୍ଶକଙ୍କୁ ଅସନ୍ତୋଶ କଲା ଏମର୍ଜେନ୍ସି..
ସୈଫ୍ ଙ୍କ ଅପରାଧୀଙ୍କୁ ବାନ୍ଧିଲା ପୋଲିସ୍