The Topmost

“The eyes believe themselves, the ears believe other people.”

ସୁପର ସଣ୍ଡେରେ ସୁପର ସୋ

ସୁପର ସଣ୍ଡେରେ ସୁପର ସୋ । ଆଜି ଆଇପିଏଲରେ ଖେଳାଯିବ ଦୁଇଟି ମ୍ୟାଚ୍ । ପ୍ରଥମ ମ୍ୟାଚରେ ମୁହାଁମୁହିଁ ହେବେ କୋଲକାତା ନାଇଟ ରାଇଡର୍ସ ଓ ଗୁଜରାଟ ଟାଇଟନ୍ସ । ଏହି ମ୍ୟାଚ୍ ଆଜି ଅପରାହ୍ମ ୩ଟା ୩୦ରେ ଅହମଦାବାଦରେ ଖେଳାଯିବ । ଏହି ମ୍ୟାଚ୍ ପୂର୍ବରୁ ଉଭୟ ଦଳ ସେମାନଙ୍କ ଶେଷ ମ୍ୟାଚରେ ଦମଦାର ବିଜୟ ଲାଭ କରିଛନ୍ତି । ତେଣୁ ଆଜିର ମ୍ୟାଚରେ ଏହି ବିଜୟ ଧାରା ଜାରି ରଖିବାକୁ ଚେଷ୍ଟା କରିବେ ଦୁଇ ଦଳ । ଅନ୍ୟପକ୍ଷରେ ଆଜି ଦ୍ୱିତୀୟ ମ୍ୟାଚରେ ମୁହାଁମୁହିଁ ହେବେ ସନ୍ ରାଇଜର୍ସ ହାଇଦ୍ରାବାଦ ଓ ପଞ୍ଜାବ କିଙ୍ଗ୍ସ । ଏହି ମ୍ୟାଚ୍ ଆଜି ସନ୍ଧ୍ୟା ୭ଟା ୩୦ରେ ହାଇଦ୍ରାବାଦରେ ଖେଳାଯିବ ।