green tea

glass teapot with chinese tea, cup of herbal tea

ସୁନ୍ଦରତା ବଢାଇବ ଗ୍ରୀନ୍‌ ଟି

ଆପଣ ନିଶ୍ଚିତ ଜାଣିଥିବେ ଯେ ଗ୍ରୀନ୍‌ ଟି ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ହୋଇଥାଏ । ଅଧିକାଂଶ ଲୋକ ଗ୍ରୀନ୍‌ ଟି ବ୍ୟାଗ୍‌କୁ ବ୍ୟବହାର କରିବା ପରେ ଫୋପାଡ଼ି ଦିଅନ୍ତି । ହେଲେ ଆପଣ ଜାଣନ୍ତି କି ବ୍ୟବହୃତ ଗ୍ରୀନ୍‌ ଟି ବ୍ୟାଗ୍‌ ସ୍କିନ ଏବଂ କେଶ ପାଇଁ ବେଶ୍‌ ଲାଭକାରୀ ।
-ଆଖି ତଳେ କଳା ଦାଗକୁ ଦୂର କରିବାରେ ଏହା ସହାୟକ ହୋଇଥାଏ । ପ୍ରଥମେ ବ୍ୟବହୃତ ଟି ବ୍ୟାଗକୁ ଫ୍ରିଜରେ ରଖି ଥଣ୍ଡା କରନ୍ତୁ । ଏହାପରେ ଏହାକୁ ଆଖିରେ ପ୍ରାୟ ୧୦ମିନିଟ ପର୍ଯ୍ୟନ୍ତ ରଖନ୍ତୁ । କିଛି ଦିନ ଏପରି ଲଗାତାର କଲା ପରେ ଆପଣ ଫରକ ଜାଣିପାରିବେ ।

green tea
green tea @thetopmost-01

https://thetopmost.in/?p=1217

https://thetopmost.in/?p=1206

green tea
green tea @thetopmost-01

https://thetopmost.in/?p=1200

https://thetopmost.in/?p=1153

https://thetopmost.in/?p=1221

green tea
green tea @thetopmost-01

  • ଗ୍ରୀନ ଟିରୁ ସ୍କ୍ରବ୍‌ ପ୍ରସ୍ତୁତ କରିପାରିବେ । ଏଥିପାଇଁ ଆପଣଙ୍କୁ ଟି ବ୍ୟାଗରୁ ଚା ପତି ବାହାର କରି ମହୁ ମିଶାଇ ସ୍କିନରେ ଲଗାନ୍ତୁ । କିଛି ସମୟ ପରେ ଥଣ୍ଡା ପାଣିରେ ହାଲକା ଭାବେ ମସାଜ କରନ୍ତୁ । ଏଥିରେ ମୃତ କୋଷିକା ବାହାରିଯିବ ।
  • ଏଥିରୁ ଆପଣ ଫେସ୍‌ ମାସ୍କ ମଧ୍ୟ ତିଆରି କରିପାରିବେ । ଚା ପତି, ମହୁରେ ବେକିଂ ସୋଡା ମିଶାନ୍ତୁ । ଏହି ପେଷ୍ଟକୁ ମୁହଁରେ ଲଗାଇ ୧୦ମିନିଟ ପର୍ଯ୍ୟନ୍ତ ଛାଡ଼ିଦିଅନ୍ତୁ । ଏଥିରେ ତ୍ୱଚା ସଫା ହୋଇଯାଏ ।
  • କେଶର ଚମକ ପାଇଁ ଏହି ଟି ବ୍ୟାଗକୁ ବ୍ୟବହାର କରନ୍ତୁ । ରାତିରେ ବ୍ୟବହୃତ ୩ରୁ ୪ଟି ଟି ବ୍ୟାଗ୍‌କୁ ପାଣିରେ ପକାଇ ଫୁଟାନ୍ତୁ । ଏହାପରେ ଏହାକୁ ଛାଣି ରଖିଦିଅନ୍ତୁ । ସକାଳେ ଏହି ପାଣିରେ କେଶକୁ ସଫା କରନ୍ତୁ । ଏପରି ସପ୍ତାହକୁ ଦୁଇ ଥରେ କଲେ କେଶ ସମସ୍ୟା ଦୂର ହୋଇଥାଏ ।
SHARE BY