The Topmost

“The eyes believe themselves, the ears believe other people.”

ସୀମା ଲଙ୍ଘୁଛି ଋଷ୍; ସ୍ବାଧିନତା ଦିବସରେ କଲା ମିସାଇଲ ଆଟାକ୍

ୟୁକ୍ରେନ ସ୍ବାଧିନତା ଦିବସରେ ରୁଷର ମିସାଇଲ ଆଟାକ୍ । ଏନେଇ ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନସ୍କିଙ୍କ ବଡ ଦାବି । ୟୁକ୍ରେନ ସ୍ୱାଧିନତା ଦିବସରେ ଋଷ ଏକ ରେଳ ଷ୍ଟେସନରେ ମିସାଇଲ ମାଡ କରିଥିଲା । ଯେଉଁଥିରେ ୨୨ ଜଣ ପ୍ରାଣ ହରାଇଥିବା ବେଳେ ୫୦ ଜଣ ଆହତ ହୋଇଥିବା ସେ ଦାବି କରିଛନ୍ତି । ଜେଲେନସ୍କି ପୂର୍ବରୁ କହିଥିଲେ ଯେ, ଦେଶର ସ୍ୱାଧିନତା ଦିବସରେ ଋଷ କିଛି ବଡ ଅଘଟଣ ଘଟାଇପାରେ । ଏହାପର ଦିନ ସେ କହିଛନ୍ତି ଯେ, ଋଷ ଡୋନେସ୍କରୁ ୧୪୫ କି.ମି ଦୂରରେ ଥିବା ସହର ଚ୍ୟାମ୍ପଲିନ ଏକ ଟ୍ରେନ୍ ଉପରେ ରକେଟ୍ ଆକ୍ରମଣ କରିଥିଲା । ଯେଉଁଥିରେ ବଗିରେ ନିଆଁ ଲାଗିଯାଇଥିଲା ।