ଦିଲ୍ଲୀ ଅବକାରୀ ନୀତି ମାମଲା । ଆଜି ଶେଷ ହେଉଛି ଆପ୍ ନେତା ମନିଷ ସିସୋଦିଆଙ୍କ ରିମାଣ୍ଡ । ଏହାର ଦିନକ ପୂର୍ବରୁ ସିସୋଦିଆ ଜାମିନ୍ ପାଇଁ ଆବେଦନ କରିଛନ୍ତି । ଆଜି ଅପରାହ୍ନରେ ତାଙ୍କୁ ସିବିଆଇ କୋର୍ଟରେ ହାଜର କରାଯିବ । ଅଧିକ ପଚରାଉଚରା ପାଇଁ ସିବିଆଇ ଆଉ କିଛି ଦିନ ସିସୋଦିଆଙ୍କୁ ରିମାଣ୍ଡରେ ନେବା ପାଇଁ ଆବେଦନ କରିପାରେ । ସେପଟେ ଆଜି ସିସୋଦିଆଙ୍କ ଜାମିନ୍ ଆବେଦନ ଉପରେ ରାଉଜ ଆଭେନ୍ୟୁ କୋର୍ଟରେ ଶୁଣାଣି ହେବ । ଗତ ରବିବାର ପ୍ରାୟ ୮ ଘଣ୍ଟା ଜେରା ପରେ ସିସୋଦିଆଙ୍କୁ ଗିରଫ କରିଥିଲା ସିବିଆଇ । ଯାହା ପରେ ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା । ସେଠାରୁ ତାଙ୍କୁ ସିବିଆଇ ହେପାଜତକୁ ପଠାଇ ଦିଆଯାଇଥିଲା । ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆଙ୍କ ପାଖରେ ଦିଲ୍ଲୀ ସରକାରରେ ଅର୍ଥ ମନ୍ତ୍ରାଳୟ ଠାରୁ ନେଇ ଶିକ୍ଷା ବିଭାଗ ଆଦି ଥିଲା ।
More Stories
ବାଂଲାଦେଶକୁ ବତ୍ୟା ଆଶଙ୍କା, ଓଡିଶାରୁ ଟଳିଲା ବିପଦ
ମିଥ୍ୟା ଦୁଷ୍କର୍ମ ଅଭିଯୋଗରେ ଯୁବକଙ୍କୁ ନ୍ୟାୟ, ଏବେ ଜେଲ ଯିବେ ମହିଳା
ରତନ ଟାଟଙ୍କ ପରେ କିଏ ସମ୍ଭାଳିବ ସାମ୍ରାଯ୍ୟ, ଚାଲିଛି ଖୁବ୍ ଚର୍ଚ୍ଚା