କେନ୍ଦ୍ରମନ୍ତ୍ରୀ ଜ୍ୟୋର୍ତିଆଦିତ୍ୟ ସିନ୍ଧିଆଙ୍କୁ ସିଧା ସିଧା ଟାର୍ଗେଟ୍ । ଗଦ୍ଦାର କହିବାକୁ ପଛେଇଲେ ନାହିଁ କଂଗ୍ରେସର ବରିଷ୍ଠ ନେତା ଜୟରାମ ରମେଶ । ସିନ୍ଧିଆ ଜଣେ ୨୪ କ୍ୟାରେଟ୍ ଗଦ୍ଦାର ଓ କଂଗ୍ରେସକୁ ଫେରିବା ସମ୍ପୂର୍ଣ୍ଣ ଅସମ୍ଭବ । ଏନେଇ ଲୋକଙ୍କ ପ୍ରଶ୍ନର ଉତ୍ତର ଦେଇଛନ୍ତି ଦେଇଛନ୍ତି ଜୟରାମ । ଭାରତ ଯୋଡ଼ ଯାତ୍ରାରେ ଜ୍ୟୋର୍ତିଆଦିତ୍ୟ ସିନ୍ଧିଆଙ୍କୁ କଂଗ୍ରେସ ନେତା ଜୋରଦାର ହମଲା କରିଛନ୍ତି । ମଧ୍ୟପ୍ରଦେଶର ମାଲଓ୍ବା ସଭାରେ ଲୋକଙ୍କ ପ୍ରଶ୍ନରେ ସିନ୍ଧିଆଙ୍କୁ ଗଦ୍ଦାର ବୋଲି କହିଛନ୍ତି ବରିଷ୍ଠ ନେତା ଜୟରାମ ରମେଶ । ପାର୍ଟି ଛାଡ଼ିବା ପରେ ଦଳର ଗାରିମାକ୍ଷୂର୍ଣ୍ଣ କରି ନାହାନ୍ତି କପିଲ୍ ସିବଲ । ତାଙ୍କୁ ଦଳକୁ ଫେରିବାକୁ ଅନୁମତି ଦିଆଯାଇ ପାରେ, ହେଲେ ସିନ୍ଧିଆ ଏବଂ ହେମନ୍ତ ବିଶ୍ବଶର୍ମା ଭଳି ନେତାଙ୍କୁ ଦଳକୁ ଫେରାଇବା ଅସମ୍ଭବ ।
“The eyes believe themselves, the ears believe other people.”
More Stories
ଖୋଲିଲା ବିପୁଳ ନିଯୁକ୍ତି ସୁଯୋଗ
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର
ମହାକୁମ୍ଭରେ ଭିଡପାଇଁ 30 ମୃତ, 60 ଆହତ