ମହାରାଷ୍ଟ୍ର ଏକନାଥ ସିନ୍ଦେ ସରକାର ବିରୋଧରେ ମୁମ୍ବାଇରେ ଏମଭିଏର ମହାରାଲି । ଆୟୋଜିତ ହଲ୍ଲାବୋଲ ପ୍ରତିବାଦ ଆନ୍ଦୋଳନରେ ସାମିଲ ହେଲେ ହଜାର ହଜାର କର୍ମୀ । ଏହି ସମାବେଶରେ ଏନସିପି ସୁପ୍ରିମୋ ଶରଦ ପାଓ୍ବାର, ଏନସିପି ନେତା ଦିଲୀପ ଓ୍ବାଲସେ ପାଟିଲ, ଶିବସେନା ନେତା ଉଦ୍ଧବ ଠାକରେ ପ୍ରମୁଖ ଯୋଗଦେଇଥିଲେ । ବାଇକୋଲାସ୍ଥିତ ଜେ.ଜେ. ହସ୍ପିଟାଲରୁ ଏହି ରାଲି ବାହାରି ଛତ୍ରପତି ଶିବାଜୀ ମହାରାଜ ଟର୍ମିନସ ନିକଟରେ ପହଞ୍ଚିଥିଲା । ରାଜ୍ୟର ବିଭିନ୍ନ ପ୍ରସଙ୍ଗ ତଥା ଛତ୍ରପତି ଶିବାଜୀ ମହାରାଜ, ସମାଜ ସଂସ୍କାରକ ମହାତ୍ମା ଜ୍ୟୋତିବା ଫୁଲେ ଓ ସାବିତ୍ରୀ ଫୁଲେଙ୍କ ପ୍ରତି ରାଜ୍ୟପାଳ ଭଗତ ସିଂ କୋସିଆରୀଙ୍କ ଅରୁଚିକର ମନ୍ତବ୍ୟ ବିରୋଧରେ ଏହି ମେଗାରାଲି ଅନୁଷ୍ଠିତ ହୋଇଛି ।
“The eyes believe themselves, the ears believe other people.”
More Stories
ଖୋଲିଲା ବିପୁଳ ନିଯୁକ୍ତି ସୁଯୋଗ
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର
ମହାକୁମ୍ଭରେ ଭିଡପାଇଁ 30 ମୃତ, 60 ଆହତ