kiara

ସିନେମା ଚରିତ୍ରକୁ ନେଇ କଳାକାରଙ୍କ ଅଜବ ଆତ୍ମୀୟତା

କୌଣସି ବି କଳାକାର ଯେତେବେଳେ କିଛି ପ୍ରୋଜେକଫ ସହ ଯୋଡି ହୁଅନ୍ତି ସେମାନେ ଏହା ସହିତ କେବଳ ଅଭିନୟ ପାଇଁ ନୁହେଁ ହୃଦୟରୁ ମଧ୍ୟ ଯୋଡି ହୋଇଥାଆନ୍ତି । ସିନେମା ସହିତ ଏମାନଙ୍କର ଅନେକ ଏଭଳି ଅନୁଭୂତି ରହିଥାଏ ଯାହା ସେମାନେ କେବେ ବି ଭୁଲନ୍ତି ନାହିଁ । ତେବେ କେବଳ ଅନୁଭୂତି ନୁହେଁ ଏଭଳି କିଛି ଷ୍ଟାର ଅଛନ୍ତି ଯେଉଁମାନେ ସିନେମା ସହିତ ଜଡିତ କିଛି ସାମଗ୍ରୀ ନିଜ ପାଖରେ ସାଇତି ରଖିଛନ୍ତି ।

http://thetopmost.in/?p=887

http://thetopmost.in/?p=883

http://thetopmost.in/?p=873

http://thetopmost.in/?p=841
ସାହାରୁଖ ଖାନ୍‌ – ବଲିଉଡ୍‌ର କିଙ୍ଗଖାନ୍‌ଙ୍କୁ ଅନେକ ସିନେମାରେ ଦର୍ଶକ ଦେଖିଛନ୍ତି । ତେବେ ସବୁ ସିନେମାରୁ ଢେରସାରା ଅନୁଭୂତି ସାହାରୁଖ ଘରକୁ ନେଇ ଯାଇଥାଆନ୍ତି । କେବଳ ଅନୁଭୂତି ନୁହେଁ ସାହାରୁଖ କେତୋଟି ସିନେମା ସହ ଜଡିତ କିଛିଟା ସାମଗ୍ରୀ ମଧ୍ୟ ନିଜ ପାଖରେ ସାଇତି ରଖିଛନ୍ତି । ସେ ସିନେମା କୁଛକୁଛ ହୋତାହେରୁ ଚେନ୍‌ , ରଇଜ୍‌ର ଲକେଟ୍‌, ପରଦେଶ ସିନେମାରୁ କ୍ୟାପ୍‌କୁ ନିଜ ଘରେ ସାଇତି ରଖିଛନ୍ତି । ସେହିଭଳି କିଛି ସିନେମାର କଷ୍ଟୁ୍ୟମ୍‌ ନିଜ ମଧ୍ୟ ସେ ପାଖରେ ସାଇତି ରଖିଛନ୍ତି ।

shahrukh-khan
shahrukh-khan @thetopmost-01


ସାନ୍ୟା ମଲହୋତ୍ରା – ନିକଟରେ ସିିନେମା ମୀନାକ୍ଷୀ ସୁନ୍ଦରେଶ୍ୱରକୁ ନେଇ ଚର୍ଚ୍ଚାରେ ଅଛନ୍ତି ଅଭିନେତ୍ରୀ ସାନ୍ୟା । ତେବେ ସିନେମାରେ ତାଙ୍କୁ ବିଭିନ୍ନ ଶାଢୀରେ ଦର୍ଶକ ଦେଖିବାକୁ ପାଇଥିଲେ । ସିନେମାରେ ପିନ୍ଧିଥିବା ଶାଢୀ ସହିତ ତାଙ୍କର ଆଟାଚ୍‌ମେଣ୍ଟ ବଢି ଯାଇଥିଲା । ସିନେମା ସରିବା ପରେ ସାନ୍ୟା ସେହି ଶାଢୀରୁ କିଛି ଟା ନିଜ ପାଖରେ ରଖିଛନ୍ତି । ସେଥିରୁ ସେ ନିଜ ସାଙ୍ଗ ବିବାହରେ ପିନ୍ଧିଛନ୍ତି ମଧ୍ୟ ।

Sanya-Malhotra
Sanya-Malhotra @thetopmost-01


ରଣବୀର କପୁର – ରଣବୀରଙ୍କର ନିଜ ସିନେମାର ଚରିତ୍ରକୁ ନେଇ ଅଲଗା ଅଲଗା ଭାବନା ରହିଥାଏ । ତେବେ ରଣବୀରଙ୍କର ଏକ ଅଜବ ଅଭ୍ୟାସ ରହିଛି । ଯେବେ ବି ସେ ସିନେମାର ଚରିତ୍ର ବଦଳାନ୍ତି ନିଜର ପର୍‌ଫୁ୍ୟମ୍‌ ବଦଳାନ୍ତି । ପ୍ରତି ନୂଆ ଚରିତ୍ର ସହ ସେ ନୂଆ ପର୍‌ଫୁ୍ୟମ୍‌ ବ୍ୟବହାର କରନ୍ତି ।

ranveer kapoor
ranveer kapoor @thetopmost-01


କିୟାରା ଆଡଭାନୀ – ଅଭିନେତ୍ରୀ କିୟାରା ନିଜର ଚୁଲ୍‌ବୁଲି ଅନ୍ଦାଜ ପାଇଁ ପରିଚିତ । କିୟାରା ମଧ୍ୟ ନିଜ ସିନେମା ସହ ଜଡିତ ସାମଗ୍ରୀକୁ ସାଇତି ରଖିଛନ୍ତି । ସିନେମା ଫଗଲିରେ ବ୍ୟବହାର କରିଥିବା ଜୋତାକୁ ସେ ନିଜ ଘରେ ସଜାଇ ରଖିଛନ୍ତି । ସେହି ବୁଟ୍‌ଟି ତାଙ୍କୁ ସିନେମାର ସ୍ମୃତି ସହ ଜଡିତ ରଖିଥାଏ ।

Kiara-Advani
Kiara-Advani @thetopmost-01


ଅଭିଷେକ ବଚ୍ଚନ – ଅଭିଷେକ ବଚ୍ଚନ ନିଜ ସିନେମା ଗୁରୁ ସମୟରେ ଐଶର୍ଯ୍ୟାଙ୍କୁ ପ୍ରେମ ନିବେଦନ କରିଥିଲେ । ସେ ଏହି ସିନେମାରେ ପିନ୍ଧିଥିବା ବିବାହ ରିଙ୍ଗକୁ ସାଇତି ରଖିଛନ୍ତି । ସେହିଭଳି ସିନେମା ଗଙ୍ଗାରେ ପିନ୍ଧିଥିବା କଡାକୁ ଅଭିଷେକ ନିଜ ପାଖରେ ସାଇତି ରଖିଛନ୍ତି ।

abhisek bacchan
abhisek bacchan @thetopmost-01
SHARE BY