ବାହାନଗା ରେଳ ଦୁର୍ଘଟଣା ପରେ ଚାଲିଛି ତଦନ୍ତ । ଘଟଣାକୁ ନେଇ ଅଧିକ ତଦନ୍ତ ଚଳାଇଛି ସିବିଆଇ । ସିଗନାଲ ଜେଇଙ୍କୁ ନେଇ ସିବିଆଇ ତଦନ୍ତ କରୁଛି । ବାହାନଗା ଷ୍ଟେସନ୍ର ସିଗ୍ନାଲ୍ ଜେଇ ଅମୀର ଖାନଙ୍କ ସୋର ସ୍ଥିତ ଭଡ଼ାଘରେ ଚଢ଼ଉ କରି ସିଲ୍ କରିଛି । ଆଜି ପୁଣି ଭଡା ଘରେ ପହଞ୍ଚି ସିବିଆଇ ଟିମ ତନାଘନା କରୁଛି । ଦୁର୍ଘଟଣା ପରେ ଭଡାଘରେ ଜେଇ ରହୁନଥିବା ସୂଚନା ମିଳିଥିଲା । ସିବିଆଇର ତିନି ଜଣିଆ ଟିମ୍ ଏହି ଚଢ଼ଉରେ ସାମିଲ୍ ହୋଇଥିଲେ । ୨ ଜଣ ପୁଲିସ କର୍ମଚାରୀ ମଧ୍ୟ ଥିଲେ । କାଲି ସକାଳୁ ସକାଳୁ ଏହି ଟିମ୍ ଚଢ଼ଉ କରିଥିବା ବେଳେ ଘର ବନ୍ଦ ଥିବାରୁ ସମସ୍ତଙ୍କୁ ଅପେକ୍ଷା କରିବାକୁ ପଡ଼ିଥିଲା । ସଂଧ୍ୟା ସୁଦ୍ଧା କେହି ଆସି ନଥିଲେ । ଫଳରେ ସେହି ଘରକୁ ସିବିଆଇ ଟିମ୍ ସିଲ୍ କରି ଦେଇଛନ୍ତି । ଏହାପରେ ସିବିଆଇ ଟିମ୍ ଫେରି ଯାଇଥିବା ବେଳେ ସୋର ଥାନାର ୨ ଜଣ କର୍ମଚାରୀ ଘରକୁ ଜଗି ରହିଛନ୍ତି ।
More Stories
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା