ଭାରତ ସହ ସାରା ବିଶ୍ୱ ଦେଖିବ ଅଯୋଧ୍ୟା ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବର ସିଧା ପ୍ରସାରଣ । ନ୍ୟୁୟର୍କର ବ୍ୟସ୍ତବହୁଳ ତଥା ସମୃଦ୍ଧ ଛକ ଟାଇମ୍ସ ସ୍କୋୟାରରେ ପ୍ରାଣ ପ୍ରତିଷ୍ଠା ଉତ୍ସବର ସିଧା ପ୍ରସାରଣ ଦେଖିହେବ । ବିଦେଶରେ ଥିବା ବିଭିନ୍ନ ଭାରତୀୟ ଦୂତାବାସରେ ମଧ୍ୟ ଏହାର ସିଧାପ୍ରସାରଣ ହେବ । ଏହାପୂର୍ବରୁ ୫ ଅଗଷ୍ଟ ୨୦୨୦ରେ ଅଯୋଧ୍ୟା ରାମ ମନ୍ଦିରର ଭୂମି ପୂଜନ ହୋଇଥିଲା । ଏହାର ଏକ ଚିତ୍ର ଟାଇମ୍ସ ସ୍କୋୟାରରେ ପ୍ରଦର୍ଶିତ ହୋଇଥିଲା । ଜାନୁଆରୀ ୨୨ ତାରିଖରେ ହେବାକୁ ଥିବା ପ୍ରାଣ ପ୍ରତିଷ୍ଠା ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦବୋଧନ ଦେବେ । ସାରା ଦେଶରେ ବିଭିନ୍ନ ବୁଥରେ ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବର ଦୃଶ୍ୟ ସିଧାପ୍ରସାରଣ ହେବ ।
“The eyes believe themselves, the ears believe other people.”
More Stories
ଦୂର ହେଲା ପର୍ବ ପର୍ବାଣୀ ଦ୍ବନ୍ଦ୍ବ, ଶ୍ରୀମନ୍ଦିରରେ ହେଲା ପାଞ୍ଜି ସୁଧାର
2025ର 2ଟି ବଡ ଚନ୍ଦ୍ରଗ୍ରହଣ
ମହାକୁମ୍ଭ ମେଳାର ମହତ୍ତ୍ବ..