The Topmost

“The eyes believe themselves, the ears believe other people.”

ସାମ୍ନାକୁ ଆସିଲା ପ୍ରଭୁ ଶ୍ରୀରାମଙ୍କ ନୂଆ ଫଟୋ

ପାଖେଇ ଆସୁଛି ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ଉତ୍ସବ । ମଝିରେ ଆଉ ଗୋଟିଏ ଦିନର ଅପେକ୍ଷା । ଏହା ପରେ ସମସ୍ତଙ୍କୁ ଦେଖାଦେବେ ପ୍ରଭୁ ରାମଲାଲା । ପ୍ରାଣ ପ୍ରତିଷ୍ଠାର ମୁହୂର୍ତ ଯେତେ ପାଖଉଛି, ଭକ୍ତ ସେତେ ବିଭୋର ହୋଇ ପଡ଼ୁଛନ୍ତି । ଏବେ ରାମଲାଲାଙ୍କ ପ୍ରତିମାର ଆଉ ଏକ ଫଟୋ ସାମ୍ନାକୁ ଆସିଛି । ବସ୍ତ୍ର ଓ ଅଳଙ୍କାର ପିନ୍ଧି ଅତି ସୁନ୍ଦର ଦିଶୁଛନ୍ତି ଭଗବାନ ଶ୍ରୀରାମ । ଡାହାଣ ହାତରେ ଆଶୀର୍ବାଦ ଦେଉଛନ୍ତି ଓ ବାମ ହାତରେ ଧରିଛନ୍ତି ଧନୁତୀର । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଫଟୋରେ ରାମଙ୍କ ମୂର୍ତ୍ତିର ଆଖିକୁ ହଳଦିଆ ରଙ୍ଗର କପଡ଼ାରେ ଢଙ୍କାଯାଇଥିବା ଦେଖିବାକୁ ମିଳିଛି । ଏହା ପୂର୍ବରୁ ଶ୍ରୀରାମଙ୍କ ପୂର୍ଣ୍ଣାବୟବ ଫଟୋ ସାମ୍ନାକୁ ଆସିଥିଲା । ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ଆଜି ଗର୍ଭଗୃହର ଶୁଦ୍ଧିକରଣ କରାଯିବ । ୨୧ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠାନ ଜାରି ରହିବ । ୨୨ ତାରିଖ ଅପରାହ୍ନ ୧୨ଟା ୨୦ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପସ୍ଥିତିରେ ରାମଲାଲାଙ୍କ ବିଗ୍ରହର ପ୍ରାଣ ପ୍ରତିଷ୍ଠା ସମାରୋହ ଆରମ୍ଭ ହୋଇ ଅପରାହ୍ନ ଗୋଟାଏରେ ଶେଷ ହେବ ।