ରାଜ୍ୟରେ ଦିନକୁ ଦିନ ସାପ କାମୁଡା ଜନିତ ମୃତ୍ୟୁ ବୃଦ୍ଧି ହେବାରେ ଲାଗିଛି । ସାପ କାମୁଡାରେ ଗତ ୭ ବର୍ଷରେ ରାଜ୍ୟର ୬ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି । ରାଜ୍ୟରେ ସାପ ଧରାଳିଙ୍କ ପାଇଁ ଜାରି ହେଲା ଗାଇଡଲାଇନ । ଜନବସତିରୁ ସାପ ଉଦ୍ଧାର କରିବା ଏବଂ ଅନ୍ୟ ଜାଗାରେ ଛାଡ଼ିବାକୁ ନେଇ ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ ଗାଇଡ୍ ଲାଇନ ଜାରି କରିଛି। ସାପ ଉଦ୍ଧାରକାରୀ ଦଳ ଠିକ ସମୟରେ ପହଞ୍ଚୁନଥିବାରୁ ଲୋକେ ଭୟରେ ସାପକୁ ମାରିଦେଉଛନ୍ତି। ସେହିପରି କେତକ କ୍ଷେତ୍ରରେ ସାପ ଧରିବାକୁ ଯାଉଥିବା ବ୍ୟକ୍ତି ଆବଶ୍ୟକ ସରଞ୍ଜାମ ନେଉନଥିବାରୁ ସାପ କାମୁଡାର ଶୀକାର ହେଉଛନ୍ତି। ଏପରି ସ୍ଥିତିରେ ସାପଧରାଳିଙ୍କ ପାଇଁ ସ୍ୱତନ୍ତ୍ର ଗାଇଡଲାଇନ ଜାରି କରାଯାଇଛି। ସାପ ଧରିବାକୁ ହେଲେ ପ୍ରଥମେ ସେମାନଙ୍କୁ ସରକାରଙ୍କ ନିକଟରେ ପଞ୍ଜିକରଣ କରିବାକୁ ହେବ। ଜଙ୍ଗଲ ବିଭାଗ ସେମାନଙ୍କୁ ପ୍ରଶିକ୍ଷଣ ମଧ୍ୟ ପ୍ରଦାନ କରିବ।
More Stories
ଅତ୍ୟଧିକ କଖାରୁ ଡାଲମା ଖାଉଛନ୍ତି କି
କେବେ ଥମିବ ଅପରାଧ, ୩ ବର୍ଷରେ ୮୧୯ ଦୁଷ୍କର୍ମ
ଓଡିଶା ସୀମାକୁ ଘେରିଛନ୍ତି 2000 ନକ୍ସଲ୍