IMF ସହ ପାକିସ୍ତାନର ସହାୟତା ପାଇଁ ଆଲୋଚନା ଫେଲ୍ । ୧.୧ ବିଲିୟନ ଡଲାର ପାକିସ୍ତାନ ସହାୟତା ବାବଦରେ ଯେଉଁ ଆଲୋଚନା ଚାଲିଥିଲା ସେଥିରେ ଆଇଏମଏଫ ଅସନ୍ତୁଷ୍ଟ ହୋଇଥିବା ସୂଚନା । ଋଣଭାର ତଳେ ଥିବା ପାକିସ୍ତାନ ଏବେ ଶ୍ରୀଲଙ୍କା ଦଶା ଭୋଗିବାକୁ ଯାଉଛି । ଋଣ ସୁଝିବାରେ ଅସମର୍ଥ ହେବାରୁ IMF ଆଉ କୌଣସି ଋଣ ଦେବାକୁ ଚାହୁଁନି ବୋଲି ଜଣାପଡ଼ିଛି । ଏପଟେ ପାକିସ୍ତାନକୁ ତୁରନ୍ତ ଆର୍ଥିକ ସହାୟତାର ଆବଶ୍ୟକତା ରହିଛି ବୋଲି କହିଛନ୍ତି ଆର୍ଥିକ ବିଶେଷଜ୍ଞ । ସହାୟତା ମିଳିବାରେ ମାସେ ବି ବିଳମ୍ବ ସ୍ଥିତି ଅଣାୟତ ହୋଇପଡ଼ିବ ବୋଲି ପାକିସ୍ତାନ ସେଣ୍ଟ୍ରାଲ ବ୍ୟାଙ୍କର ଜଣେ ପୂର୍ବତନ ଅଧିକାରୀ କହିଛନ୍ତି । ପାକିସ୍ତାନର ସ୍ଥିତି ଏବେ ସଙ୍ଗୀନ ଅଛି । ଅନେକ ପେଟ୍ରୋଲ ପମ୍ପରେ ତେଲ ନଥିବାରୁ ବନ୍ଦ ରହୁଛି । ଖାଦ୍ୟ ସାମଗ୍ରୀ ମଧ୍ୟବିତ୍ତ ବର୍ଗ ପାଇଁ କିଣିବା ଅସମ୍ଭବ ହୋଇପଡ଼ିଲାଣି ।
“The eyes believe themselves, the ears believe other people.”
More Stories
ଖୋଲିଲା ବିପୁଳ ନିଯୁକ୍ତି ସୁଯୋଗ
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର
ମହାକୁମ୍ଭରେ ଭିଡପାଇଁ 30 ମୃତ, 60 ଆହତ