ବିହାର ସରକାରୀ କାର୍ଯ୍ୟକ୍ରମ ପୋଷ୍ଟରରୁ ଗାଏବ ତେଜସ୍ବୀ । ମଳମାସ ମେଳା ନେଇ ନାଳନ୍ଦାର ରାଜିଗିରିରେ ଜୋରସୋରରେ ପ୍ରସ୍ତୁତି ଚାଲିଥିବାବେଳେ ମରାଯାଇଥିବା ପୋଷ୍ଟର ଓ ହୋର୍ଡିଂରେ ତେଜସ୍ବୀଙ୍କ ଉଭାନ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ନାଳନ୍ଦା ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ନିଜ ଜିଲ୍ଲା ହୋଇଥିବାବେଳେ କେବଳ ନୀତୀଶଙ୍କ ଫଟୋ ଲାଗିଛି । ପ୍ରତି ତିନିବର୍ଷରେ ଏହି ମେଳା ହେଉଥିବାରୁ ଜନସାଧାରଣଙ୍କୁ ହୋର୍ଡିଂ ଓ ପୋଷ୍ଟରରେ ସ୍ବାଗତ କରୁଛନ୍ତି ନୀତୀଶ । ପୋଷ୍ଟର ଓ ବ୍ୟାନରରେ ତେଜସ୍ବୀ ନଥିବାରୁ ନୀତୀଶ ଓ ତାଙ୍କ ଦଳ ମଧ୍ୟରେ ସୁସଂପର୍କ ନଥିବା ନେଇ ଚର୍ଚ୍ଚା ହେଉଛି । ଚାକିର ପାଇଁ ଜମି ଘୋଟାଲାରେ ସିବିଆଇ ଚାର୍ଜସିଟରେ ତେଜସ୍ବୀଙ୍କ ନାମ ଆସିବା ପରେ ତାଙ୍କୁ ସାଇଡ ଲାଇନ କରିବା ନେଇ ନୀତୀଶ ଉଦ୍ୟମ କରୁଛନ୍ତି ବୋଲି କୁହାଯାଉଛି । ତେବେ ଏସବୁ ଚର୍ଚ୍ଚାକୁ ଖଣ୍ଡନ କରିଛନ୍ତି ଆରଜେଡି ମୁଖପାତ୍ର ଶକ୍ତି ସିଂ ଯାଦବ । ଯେଉଁମାନେ ମେଳାରେ ମୁଖ୍ୟ ଅତିଥିଭାବେ ଯୋଗଦେବେ ସେମାନଙ୍କ ଫଟୋ ହୋର୍ଡିଂ ଓ ପୋଷ୍ଟରରେ ଲାଗିଛି । ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବଙ୍କ ଫଟୋ ଲାଗିବା ନ ଲାଗିବା ନେଇ କିଛି ଅର୍ଥ ନାହିଁ ବୋଲି କହିଛନ୍ତି ଶକ୍ତି ସିଂ ଯାଦବ ।
More Stories
ଚିକେନ୍ ନୁହେଁ ସ୍ତ୍ରୀର ମାଂସକୁ ସିଝାଇଲେ କୁକୁରରେ
ଲାଗୁ ହେଲା ଅଷ୍ଟମ ବେତନ ଆୟୋଗ, ଜାଣନ୍ତୁ କେତେ ବଢିବ ଦରମା
ଗଣତନ୍ତ୍ର ଦିବସ ପାଇଁ ଦିଲ୍ଲୀରେ ସ୍ପେଶାଲ ଟ୍ରାଫିକ୍ ବ୍ୟବସ୍ଥା