ଜନ୍ତରମନ୍ତରରେ ପ୍ରତିବାଦ କରୁଥିବା କୁସ୍ତିଯୋଦ୍ଧାଙ୍କୁ ଦୂତୀ ଚାନ୍ଦଙ୍କ ସମର୍ଥନ । ଓଡିଆ ସ୍ପ୍ରିଂଟର ଅଲମ୍ପିଆନ କହିଛନ୍ତି, ସରକାରଙ୍କ ଆଗରେ ପୁଅ ଓ ଝିଅ ସମାନ । ଦେଶ ପାଇଁ ଝିଅମାନେ ବି ଗୌରବ ଆଣୁଛନ୍ତି । କିନ୍ତୁ କେତେକ କ୍ଷେତ୍ରରେ ଝିଅ ମାନଙ୍କ ସହ ଯାହା ଘଟୁଛି ତାହା ନିନ୍ଦନୀୟ । ଝିଅଙ୍କୁ ନିର୍ଯାତନା ଦିଆଗଲେ ଦେଶର ସମ୍ମାନ ସହ ସାଲିସ କରିବା ଭଳି ହୋଇଯିବ ବୋଲି କହିଛନ୍ତି ଦୂତୀ । ରେସଲର ସଂଘର ସଭାପତି ବ୍ରିଜଭୂଷଣ ସିଂହଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ରହିଛି । ତାଙ୍କୁ ଗିରଫ କରିବା ସହିତ ପଦରୁ ଇସ୍ତଫା ଦେବାକୁ ଦାବି କରିଛନ୍ତି କୁସ୍ତିଯୋଦ୍ଧା । ଏହାପରେ ଦୂତୀ ଚାନ୍ଦ ଏନେଇ ଏଭଳି କିଛି କହିଛନ୍ତି ।
More Stories
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା