ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗ ଅଧୀନରେ ରହିଛି ୧୭୩୫ଟି ସ୍କୁଲ। ଅଷ୍ଟମ ଶ୍ରେଣୀ ସହ ଏହି ବିଭାଗ ଅଧୀନରେ ଥିବା ସବୁ ହାଇସ୍କୁଲକୁ ସ୍ମାର୍ଟ କ୍ଲାସରୁମ ଓ ସମସ୍ତ 5T ସୁବିଧା ଯୋଗାଇ ଦିଆଯିବ। ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ କାର୍ଡ ଦେବା ପରେ ଏନେଇ ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଜୁଲାଇରୁ ଆରମ୍ଭ ହେବାକୁ ଥିବା ଅଭିଭାବକ ବି ଅଂଶୀଦାର କାର୍ଯ୍ୟକ୍ରମରେ ୪ଲକ୍ଷ ଅଭିଭାବକ ଭାଗ ନେବେ। ଏଥିରେ ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗ ଅଧୀନରେ ଥିବା ସ୍କୁଲ ଗୁଡ଼ିକୁ ସ୍ୱତନ୍ତ୍ର ଅନୁଦାନ ଦିଆଯାଇଛି। ଅଭିଭାବକ ବି ସ୍କୁଲ ଓ ସ୍କୁଲ ବାହାରେ ପିଲାଙ୍କ ପ୍ରଦର୍ଶନ ଜାଣିପାରିବେ। ସେମାନଙ୍କ ମତାମତ ନେଇ କାର୍ଯ୍ୟକ୍ରମ କରାଯିବ, ସେମାନେ ଅଂଶୀଦାର ହେବେ।
More Stories
ଡାକ୍ତରଙ୍କ ମନମୁଖି ଓପିଡି ବନ୍ଦ ଘୋଷଣା
ନବଜାତକଙ୍କ ପାଇଁ ସରକାରୀ ଟୀକା କେତେ ଜରୁରୀ
CSM Synapse 4.0 ରେ ଜିତିଲେ କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍