The Topmost

“The eyes believe themselves, the ears believe other people.”

ସବୁ ରାଜ୍ୟରେ ଖୋଲିବ ଏନଆଇଏ ଶାଖା

ଆତଙ୍କବାଦୀ ମୁକାବିଲା ପାଇଁ ସବୁ ରାଜ୍ୟରେ ଖୋଲିବ ଏନଆଇଏ ଶାଖା । ୨୦୨୪ ସୁଦ୍ଧା ସବୁ ରାଜ୍ୟରେ ଖୋଲିବ ଜାତୀୟ ତଦନ୍ତକାରୀ ସଂସ୍ଥା ଏନଆଇଏ । ଏନେଇ ସୂଚନା ଦେଇଛନ୍ତି ଗୃହମନ୍ତ୍ରୀ ଅମିତ ଶାହା । ହରିଆଣାର ସୁଜରକୁଣ୍ଡରେ ସବୁ ରାଜ୍ୟର ଗୃହମନ୍ତ୍ରୀଙ୍କୁ ନେଇ ଆୟୋଜିତ ଚିନ୍ତନ ଶିବିରରେ ଏଭଳି ବୟାନ ଦେଇଛନ୍ତି ଅମିତ ଶାହା । ରାଜ୍ୟଗୁଡିକ ଆଇନଶୃଙ୍ଖଳା ପରିସ୍ଥିତିକୁ ନେଇ ମୁକାବିଲା କରୁଥିବା ବେଳେ ସୀମାରହିତ ଅପରାଧଗୁଡିକର ମୁକାବିଲା ପାଇଁ ଆମକୁ ଚିନ୍ତା କରିବାକୁ ପଡିବ ବୋଲି ସେ କହିଛନ୍ତି । ଆତଙ୍କବାଦୀ, ନିଶା କାରବାର, ଦେଶଦ୍ରୋହ ଭଳି ଅପରାଧର ମୁକାବିଲା ପାଇଁ ଏକ ସଂଯୁକ୍ତ ଯୋଜନା ବନାଇବାକୁ ପଡିବ ବୋଲି ସେ କହିଛନ୍ତି । ଜାମ୍ମୁ କାଶ୍ମୀରରେ ଧାରା ୩୭୦ ହଟିବା ପରେ ଆତଙ୍କବାଦୀ କାର୍ଯ୍ୟକଳାପ ୩୪ ପ୍ରତିଶତ କିମିଛି, ସେହିପରି ସୁରକ୍ଷାବାହୀନୀଙ୍କ ମୃତ୍ୟୁ ୬୪ ପ୍ରତିଶତ ହ୍ରାସ ପାଇଥିବା ବେଳେ ନାଗରିକଙ୍କ ମୃତ୍ୟୁ ୯୦ ପ୍ରତିଶତ କମିଥିବା କହିଛନ୍ତି ଅମିତ ଶାହା ।