ସବଳ ହେଉଛି ଓଡିଶାର ଅର୍ଥନୀତି । ଜୁଲାଇ ମାସ ଶେଷ ସୁଦ୍ଧା ଟିକସ ଅଭିବୃଦ୍ଧି ୨୧.୩୬ ପ୍ରତିଶତ ହୋଇଛି । ତେବେ ପୁଞ୍ଜିନିବେଶ ଆଗାମୀ ବର୍ଷ ବିରାଟ ସମ୍ଭାବନା ଆଣିବ । ବିଶ୍ବ ଓ ଜାତୀୟ ଅର୍ଥନୀତି ଉନ୍ନତି-ଅବନ୍ନତି ମଧ୍ୟ ଦେଇ ଗତି କରୁଛି । ଏହି ସମୟରେ ରାଜ୍ୟ ଅର୍ଥନୀତି ନିଜର ସ୍ଥିତାବସ୍ଥା ବଜାୟ ରଖିଛି । କରୋନା ପୂର୍ବବର୍ତ୍ତୀ ସମୟ ହେଉ କି ମହାମାରୀର ଶିଖର ବେଳେ କିମ୍ବା ଏହାର ପରବର୍ତ୍ତୀ ପର୍ଯ୍ୟାୟ । ରାଜ୍ୟ ଅର୍ଥନୀତି କୌଣସି ପରିସ୍ଥିତିରେ ନିମ୍ନଗାମୀ ହୋଇନି । ଚଳିତ ଆର୍ଥିକ ବର୍ଷରେ ରାଜ୍ୟ ଅର୍ଥନୀତି ଭଲ ସ୍ଥିତିରେ ରହିଛି । ଗତ ଆର୍ଥିକ ବର୍ଷ ତୁଳନାରେ ଚଳିତ ବର୍ଷ ୫ହଜାର କୋଟିରୁ ଅଧିକ ଟଙ୍କାର ଟିକସ ଆଦାୟ ହୋଇଛି ।
More Stories
CSM Synapse 4.0 ରେ ଜିତିଲେ କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ