୫୦ ଘଣ୍ଟାରୁ ଅଧିକ ସମୟର ନନଷ୍ଟପ୍ ମରାମତି ପରେ ଶେଷରେ ବାହାନଗାରେ ଗଡ଼ିଲା ଟ୍ରେନ୍ । ଉଭୟ ଅପ୍ ଓ ଡାଉନ୍ ଲାଇନରେ ପରୀକ୍ଷାମୂଳକ ଭାବେ ଟ୍ରେନ୍ ଚଳାଚଳ ଆରମ୍ଭ ହୋଇଛି । ଟ୍ରାକରେ ଗଡ଼ିଛି ପାସେଞ୍ଜର ଟ୍ରେନ୍ । ଗତକାଲି ଉଭୟ ଟ୍ରାକରେ ମାଲବାହୀ ଟ୍ରେନ ଚଳାଚଳ କରିଥିଲା । ବାଲେଶ୍ବର ବାହାନଗାରେ ଭୟଙ୍କର ଟ୍ରେନ୍ ଦୁର୍ଘଟଣା ପରେ ଜୋରସୋରରେ ମରାମତି ଚାଲିଥିଲା । ଟ୍ରେନ ଚଳାଚଳ ସ୍ବାଭାବିକ କରିବାକୁ ଯୁଦ୍ଧକାଳୀନ ଭିତ୍ତିରେ ବିଦ୍ୟୁତ ଖୁଣ୍ଟି ଓ ରେଳଧାରଣା ମରାମତି କାମ କରାଯାଇଥିଲା । ଏହି କାର୍ଯ୍ୟରେ ହଜାରେରୁ ଅଧିକ କର୍ମଚାରୀ ନିୟୋଜିତ ହୋଇଥିଲେ । ଦୁର୍ଘଟଣା ପରେ ପ୍ରଥମ ଚ୍ୟାଲେଞ୍ଜ ଭାବେ କ୍ଷତିଗ୍ରସ୍ତ ଧାରଣାକୁ ହଟାଯାଇଥିଲା । ଏଥିସହ ୨୧ଟି କ୍ଷତିଗ୍ରସ୍ତ ବଗିକୁ ହଟା ଯାଇଥିଲା ।
More Stories
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା