ସଫଳ ପଥରେ ’ଚନ୍ଦ୍ରଯାନ-୩’ । ଚନ୍ଦ୍ରର ଆହୁରି ନିକଟତର ହେଉଛି ’ଚନ୍ଦ୍ରଯାନ-୩’ । ଚନ୍ଦ୍ରଯାନ ସହ ଲାଣ୍ଡର ବିକ୍ରମ ଚନ୍ଦ୍ର ଆଡ଼କୁ ଗତି କରୁଛନ୍ତି । ଚନ୍ଦ୍ରର ଆହୁରି ନିକଟତର ହେଉଥିବାବେଳେ ISROର ମୁଖ୍ୟ କହିଛନ୍ତି କି, ସେମାନେ ଏବେ ଲ୍ୟାଣ୍ଡର ବେଗ ହ୍ରାସ କରିଛନ୍ତି । ଏହା ଚନ୍ଦ୍ରର କକ୍ଷପଥ ଆଡ଼କୁ ଗତି କରୁଛି । ଏପର୍ଯ୍ୟନ୍ତ ସବୁକିଛି ସ୍ବାଭାବିକ ଏବଂ ସ୍ଥିର ରହିଛି । କିନ୍ତୁ ଆଗାମୀ କିଛି ଘଣ୍ଟା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ହେବାକୁ ଯାଉଛି । ଲ୍ୟାଣ୍ଡର ବିକ୍ରମ ଏବଂ ରୋଭରକୁ ନେଇ ଗଠିତ ଲ୍ୟାଣ୍ଡର ମଡ୍ୟୁଏ ଅଗଷ୍ଟ ୨୦ରେ ଦ୍ବିତୀୟ ଡିବୋଷ୍ଟିଂ କରିବ । ଯାହାଦ୍ବାରା କକ୍ଷପଥକୁ ଓହ୍ଲାଇ ଚନ୍ଦ୍ରପୃଷ୍ଠକୁ ଅତି ନିକଟତର ହେବ । ISRO ପକ୍ଷରୁ ଏନେଇ ଏକ ଟ୍ବିଟ୍ କରି ସୂଚନା ଦିଆଯାଇଛି । ଲ୍ୟାଣ୍ଡର ମଡ୍ୟୁଲ ସଫଳତା ସହିତ ଏ ଡିବୋଷ୍ଟିଂ ପ୍ରକ୍ରିୟା ସମାପ୍ତ କରିଛି । ଯାହା ବର୍ତ୍ତମାନ ଏହାର କକ୍ଷପଥକୁ ୧୧୩ କିଲୋମିଟରରୁ ୧୫୭ କିମିକୁ ହ୍ରାସ କରାଯାଇଛି । ଦ୍ବିତୀୟ ଡିବୋଷ୍ଟିଂ ପ୍ରକ୍ରିୟା ଆସନ୍ତାକାଲି ଅପରାହ୍ନ ୨ଟାରେ କରାଯିବ ।
“The eyes believe themselves, the ears believe other people.”
More Stories
ବିଶ୍ବ ସ୍ତରରେ ଭାରତକୁ ପ୍ରତିନିଧିତ୍ବ କଲେ ମ୍ୟାଡାମ୍ ପ୍ରେସିଡେଣ୍ଟ
କେବେ ହେବ ଅସ୍ତ୍ର ବିରତି ଚୁକ୍ତି, ଟ୍ରମ୍ପଙ୍କ ଭବିଷ୍ୟବାଣୀ
ଡାଇବେଟିସ୍ ପାଇଁ ଅବ୍ୟର୍ଥ ଔଷଧ ହେଉଛି ପଣଷ