() ଆଖିରେ ଆଖିଏ ସ୍ବପ୍ନ ନେଇ ବାପା ଭାଇ ଯାଇଥିଲେ ଝିଅର ବାହାଘର ପାଇଁ ଜିନିଷପତ୍ର କିଣି । ଗଲେ ସିଏନା ହେଲେ ଫେରିଲେ ନାହିଁ । ସଡକ ଦୁର୍ଘଟଣାରେ ଚାଲିଗଲା ବାପ ପୁଅଙ୍କ ଜୀବନ, ଆଉ ଅଧାରେ ରହିଗଲା ବାହାଘର କିଣାବିକା । ଖୋର୍ଦ୍ଧା ବଲାଙ୍ଗିର ୫୭ ନମ୍ବର ଜାତୀୟ ରାଜପଥରେ ଆଜି ଏଭଳି ଦୁର୍ଘଟଣା ଏକ ଦୁର୍ଘଟଣା ଘଟିଛି । ଜାତୀୟ ରାଜପଥର ଚକାପଦା ଠାରେ କାର ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ବାଇକ ଆରୋହୀ ବାପ ପୁଅଙ୍କର ମୃତ୍ୟୁ ହୋଇଛି । ମୃତ ବାପ ପୁଅ ବୋଲଗଡ଼ର ମଧୁସୁଦନ ଦାସ ଓ କ୍ଷୀରୋଦ ଦାସ । ମିଳଥିବା ସୂଚନା ଅନୁସାରେ ଝିଅର ବାହାଘରକୁ ଆଉ ମାତ୍ର ମାସେ ଥିବାବେଳେ ଏଭଳି ଘଟଣା ଘଟିଛି ।
https://thetopmost.in/tag/president-vladimir-putin/
https://thetopmost.in/fan-celebrate-ranvir-alia-marrige-in-different-style/
More Stories
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା