The Topmost

“The eyes believe themselves, the ears believe other people.”

ଶ୍ରୀମନ୍ଦିର ପାଇଁ ସ୍ବତନ୍ତ୍ର ସୁରକ୍ଷା ବାହିନୀ ଅନୁମୋଦନ

ଶ୍ରୀମନ୍ଦିର ପାଇଁ ସ୍ବତନ୍ତ୍ର ସୁରକ୍ଷା ବାହିନୀ । ସ୍ବତନ୍ତ୍ର ସୁରକ୍ଷା ବାହିନୀକୁ ଅନୁମୋଦନ କଲେ ମୁଖ୍ୟମନ୍ତ୍ରୀ । ଏନେଇ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଥିଲେ 5T ଅଧ୍ୟକ୍ଷ । ଶ୍ରୀମନ୍ଦିର ସୁରକ୍ଷା, ଭିଡ଼ ପରିଚାଳନାକୁ ଫୋକସ୍ ସହ ବିଭିନ୍ନ ଅଂଶୀଦାରଙ୍କ ସହ ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଛି । ତେବେ ବାଟାଲିଅନରେ ରହିବେ ୧୧୯୦ ସୁରକ୍ଷା କର୍ମୀ । ଶ୍ରୀମନ୍ଦିର ସୁରକ୍ଷା ବାହିନୀ (ssb) ଭାବେ ନାମିତ ହେବ । ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପରେ ପୁରୀକୁ ଜନସମାଗମ ବଢ଼ିବ । ଏବେ ଦୈନିକ ପୁରୀକୁ ୫୦ ହଜାରରୁ ଅଧିକ ଶ୍ରଦ୍ଧାଳୁ ଆସୁଛନ୍ତି । ଛୁଟି ଦିନରେ ବଢ଼ୁଛି ଶ୍ରଦ୍ଧାଳୁଙ୍କ ଭିଡ଼ । ଏହାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି ।