ନବଦିନାତ୍ମକ ଯାତ୍ରାରେ ଚତୁର୍ଦ୍ଧାମୂର୍ତ୍ତି । ଶରଧାବାଲିରେ ଲାଗିଲା ତିନି ଠାକୁରଙ୍କ ରଥ । ଗତକାଲି ଶରଧାବାଲିରେ ତାଳଧ୍ବଜ ରଥ ଲାଗିଥିବା ବେଳେ, ଆଜି ପହଞ୍ଚିଛି ଦର୍ପଦଳନ ଓ ନନ୍ଦିଘୋଷ ରଥ । ଗତକାଲି ଅଧାବାଟରେ ରହିଥିଲା ଦେବୀ ସୁଭଦ୍ରା ଓ ଜଗନ୍ନାଥଙ୍କ ରଥ । ଆଜି ସକାଳୁ ସମସ୍ତ ନୀତିକାନ୍ତି ପରେ ପୁଣି ଆରମ୍ଭ ହୋଇଥିଲା ରଥଟଣା । ହରିବୋଲ ଓ ଘଣ୍ଟ ଘଣ୍ଟା ମାଡ଼ରେ କମ୍ପୁଛି ଗୁଣ୍ଡି ମନ୍ଦିର ପରିସର । ଆଜି ରଥରେ ନୀତିକାନ୍ତି କରାଯିବ । ଆସନ୍ତାକାଲି ଆଡ଼ପ ମଣ୍ଡପକୁ ବିଜେ କରିବେ ତିନି ଠାକୁର । ଗତକାଲି ସଂଧ୍ୟା ହୋଇଯିବାରୁ ଦେବ ଦଳନ ରଥ ଗୁଣ୍ଡିଚାମନ୍ଦିର ଓ ବଡ଼ଶଙ୍ଖ ମଧ୍ୟଭାଗରେ ଅଟକିଥିଲା । ସେହିଭଳି ମାଉସୀ ମା’ ମନ୍ଦିର ନିକଟରେ ଅଟକିଥିଲା ନନ୍ଦିଘୋଷ ରଥ ।
More Stories
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା