The Topmost

“The eyes believe themselves, the ears believe other people.”

ଶ୍ରଦ୍ଧାଳୁମାନେ ରାତି ୧୦ଟା ଯାଏଁ କରିପାରିବେ ରାମଙ୍କ ଦର୍ଶନ 

ପ୍ରାଣ ପ୍ରତିଷ୍ଠା ପରେ ସାଧାରଣ ଭକ୍ତଙ୍କ ପାଇଁ ଖୋଲି ଯାଇଛି ରାମ ମନ୍ଦିର । ଏବେ ଶହ ଶହ ଶ୍ରଦ୍ଧାଳୁ ଦର୍ଶନ କରୁଛନ୍ତି । ଏହି ସମୟରେ ରାମ ଭକ୍ତଙ୍କ ଆସିଛି ଆଉ ଏକ ଖୁସି ଖବର । ଦର୍ଶନ ପାଇଁ ଆସୁଥିବା ଶ୍ରଦ୍ଧାଳୁ ଏବେ ଆଉ ଅପେକ୍ଷା କରିବେନି । କାରଣ ଏବେ ଶ୍ରଦ୍ଧାଳୁମାନେ ରାତି ୧୦ଟା ଯାଏଁ କରିପାରିବେ ରାମଙ୍କ ଦର୍ଶନ । ପୂର୍ବରୁ ସନ୍ଧ୍ୟା ୭ଟା ଯାଏଁ ଦର୍ଶନ ବ୍ୟବସ୍ଥା ଥିଲା । ଏବେ ସକାଳ ୭ଟାରୁ ୧୧ଟା ୩୦ ଯାଏ ଦର୍ଶନ ବ୍ୟବସ୍ଥା ରହିଛି । ସୂଚନା ଅନୁସାରେ, ପ୍ରାୟ ୫ ଲକ୍ଷ ଶ୍ରଦ୍ଧାଳୁ ଦର୍ଶନ କରିବାକୁ ଅଯୋଧ୍ୟାରେ ଅଛନ୍ତି । ଏବେ ଆହୁରି ମଧ୍ୟ ଶ୍ରଦ୍ଧାଳୁ ଆସୁଛନ୍ତି । ସେଠାରେ ପ୍ରବଳ ଭିଡ଼ ହେଉ ଥିବାରୁ ୧୫ ଦିନ ପରେ ଅଯୋଧ୍ୟା ଆସିବାକୁ ଜିଲ୍ଲା ପ୍ରଶାସନ ଅପିଲ କରିଛି । ସେଠାକାର ଗତିବିଧି ଉପରେ ନଜର ରଖିବାକୁ ୮ ହଜାର ପୋଲିସ୍ କର୍ମୀ ନିୟୋଜିତ ଅଛନ୍ତି ।