ଶେଷରେ ସରକାରୀ ଘର ଖାଲି କଲେ ଟିଏମସି ନେତ୍ରୀ ମହୁଆ ମୈତ୍ର । ସଂସଦରେ ପ୍ରଶ୍ନ ପଚାରିବା ଅଭିଯୋଗରେ ବହିଷ୍କୃତ ହୋଇଥିବା ଲୋକସଭା ସାଂସଦ ମହୁଆ ମୈତ୍ରାଙ୍କୁ ଶେଷରେ ଦିଲ୍ଲୀସ୍ଥିତ ତାଙ୍କ ସରକାରୀ ବଙ୍ଗଳା ଖାଲି କରିବାକୁ ପଡ଼ିଛି । ସରକାରଙ୍କ ନୋଟିସକୁ ଚ୍ୟାଲେଞ୍ଜ କରି ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । କିନ୍ତୁ କୋର୍ଟ ଖାରଜ କରିଦେବା ପରେ ଆଉ କୌଣସି ରାସ୍ତା ନଥିଲା । ଆଉ ଶେଷରେ ଦିଲ୍ଲୀରେ ଥିବା ଟେଲିଗ୍ରାଫ ଲେନରେ ଥିବା ନାଇନ-ବି ସରକାରୀ ବଂଗଳା ଛାଡିବାକୁ ପଡିଛି ତାଙ୍କୁ । ଦୁଇ ଦିନ ତଳେ ମହୁଆଙ୍କୁ ପୁଣି ଥରେ ବଙ୍ଗଳା ଖାଲି କରିବାକୁ ନୋଟିସ୍ ପଠାଯାଇଥିଲା । ଯାହା ପରେ ମହୁଆ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ମଧ୍ୟ କୌଣସି ସୁଫଳ ମିଳିନି । ସଂସଦରେ ଲାଂଚ ନେଇ ପ୍ରଶ୍ନ ପଚାରିବାର ଅଭିଯୋଗ ପ୍ରମାଣିତ ହେବା ପରେ ୨୦୨୩ ଡିସେମ୍ବର ୮ ରେ ମହୁଆଙ୍କ ଲୋକସଭା ସଦସ୍ୟତା ରଦ୍ଦ କରାଯାଇଥିଲା । ଏହାପରେ ତାଙ୍କୁ ଦୁଇ ଥର ସରକାରୀ ବଙ୍ଗଳା ଖାଲି କରିବାକୁ କୁହାଯାଇଥିଲା, କିନ୍ତୁ ସେ ଏଥିପ୍ରତି ଧ୍ୟାନ ଦେଇନଥିଲେ । ପରେ ତୃତୀୟ ଥର ପାଇଁ ତାଙ୍କୁ ତୁରନ୍ତ ବଙ୍ଗଳା ଖାଲି କରିବାକୁ ନୋଟିସ୍ ପଠାଯାଇଥିଲା ।
“The eyes believe themselves, the ears believe other people.”
More Stories
ଖୋଲିଲା ବିପୁଳ ନିଯୁକ୍ତି ସୁଯୋଗ
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର
ମହାକୁମ୍ଭରେ ଭିଡପାଇଁ 30 ମୃତ, 60 ଆହତ