inivitation card

ଶୁଭେଚ୍ଛା ପତ୍ରର କାହାଣୀ

ନୂଆ ବର୍ଷ ହେଉ କିମ୍ବା ଜନ୍ମ ଦିନ, ବିବାହ ହେଉ ଅବା କୌଣସି ଉତ୍ସବରେ ଲିଖିତ ଶୁଭେଚ୍ଛା ବାର୍ତ୍ତା ଦେବା ବହୁତ ପୂରୁଣା । ହେଲେ ବର୍ତ୍ତମାନ ଟେକ୍ନୋଲୋଜିର ଯୁଗରେ ମୋବାଇଲ, ସୋସିଆଲ ମିଡିଆ, କମ୍ପୁ୍ୟଟରରେ ଡିଜିଟାଲ ବାର୍ତ୍ତା ପ୍ରେରଣର ଚାହିଦା ବଢିଛି । ହେଲେ ପୁରୁଣା ଦିନରେ ଏହି ବାର୍ତ୍ତା ପ୍ରେରଣ ଏତେ ସହଜ ନଥିଲା । ଏଥିପାଇଁ ଖୁବ୍‌ ପରିଶ୍ରମ କରିବାକୁ ପଡୁଥିଲା । ଅନେକ ଦିନ ତଳେ ସଞ୍ଚାରର ମାଧ୍ୟମ ଏତେ ଆଗୁଆ ନଥିଲା । ସେତେବେଳେ ପତ୍ର ପଠାଇବା ପାଇଁ କୌଣସି ଦୂତ କିମ୍ବା ପକ୍ଷୀଙ୍କୁ ବ୍ୟବହାର କରାଯାଉଥିଲା । ଚୀନ ଓ ମିଶ୍ର ଦେଶମାନଙ୍କରେ ଏହା ଶ୍ରେଷ୍ଠ ସାଧନ ଥିଲା । ସେହିଭଳି ଏହି ପତ୍ର ଲେଖିବାକୁ ସେତେବେଳେ ତାଳପତ୍ର, କଦଳୀ ପତ୍ର, କଦମ୍ବ ଛାଲି ଆଦିରେ ବାର୍ତ୍ତା ଲେଖି ପଠାଉଥିଲେ । ଐତିହାସିକଙ୍କ ମତ ଅନୁସାରେ ୬୦୦ ବର୍ଷ ପୂର୍ବେ ମଧ୍ୟ ଏହି ପତ୍ରର ବ୍ୟବହାର ଥିଲା । ଯାହାର ପ୍ରମାଣ ସେମାନେ ପାଇଛନ୍ତି ।

ସେହିଭଳି ପ୍ରଥମ ଛପା ଯାଇଥିବା ଶୁଭେଚ୍ଛା ପତ୍ର ୧୮୪୩ରେ ଇଂଲଣ୍ଡରେ ମିଳିଥିଲା । ସେହିଭଳି ଏକ ବ୍ରିଟିସ ମୁ୍ୟଜିୟମରୁ ୧୮୪୨ରେ ବଡଦିନ ଶୁଭେଚ୍ଛାର ଏକ ପତ୍ର ମିଳିଥିଲା । ଯାହା ଦର୍ଶାଉଛି ସେତେବେଳେ ଲିଖିିତ ବାର୍ତ୍ତାର କେତେ ଗୁରୁତ୍ୱ ଥିଲା । ଭାରତରେ ମାଦ୍ରାସ, ମୁମ୍ବାଇ ଓ ଶିବକାଶୀରେ ସବୁଠାରୁ ଅଧିକ ଶୁଭେଚ୍ଛା ପତ୍ର ଛପାଯାଇଛି । ସେହିଭଳି ଦୁନିଆର ସବୁଠଆରୁ ଲମ୍ବା ଗ୍ରିଟିଂ କାର୍ଡ ୭ କିମିର ଥିଲା । ଏହାକୁ ୧୦ ଡିସେମ୍ବର ୧୯୬୭ରେ ଭିିୟେତନାମ ଯୁଦ୍ଧରେ ସାମିଲ ଥିବା ସୈନିକଙ୍କ ନିକଟକୁ ପଠାଯାଇଥିଲା । ଏହି ପତ୍ରରେ ୧ଲକ୍ଷ ଲୋକଙ୍କ ନାମରେ ସାମୂହିକ ଶୁଭେଚ୍ଛା ବାର୍ତ୍ତା ଥିଲା । ଏହି ଚିଠିର ଓଜନ ୧୦ ଟନ ଥିଲା । ସେହିଭଳି ଦୁନିଆର ସବୁଠାରୁ ଛୋଟ ଶୁଭେଚ୍ଛା ବାର୍ତ୍ତା ୧୯୨୦ରେ ଗୋଟିଏ ଚାଉଳ ଉପରେ ଲେଖାଯାଇ ଦିଆଯାଇଥିଲା । ଏହି ଶୁଭେଚ୍ଛା ବାର୍ତ୍ତାଟି ପ୍ରିନ୍ସ ଅଫ୍‌ େଓଲ୍‌ସଙ୍କୁ ଦିଆଯାଇଥିଲା ।

inivitation card @thetopmost-01

https://thetopmost.in/?p=1572

https://thetopmost.in/?p=1632

https://thetopmost.in/?p=1290

https://thetopmost.in/?p=1761

SHARE BY