ମୁନ, ସନ ପରେ ଏବେ ଭେନସ ମିଶନ । ଶୁକ୍ର ଗ୍ରହକୁ ଅଭିଯାନ ଆରମ୍ଭ କରିବ ଇସ୍ରୋ । ପ୍ରଥମେ ଚନ୍ଦ୍ର ମିଶନ ଓ ପରେ ସୂର୍ଯ୍ୟ ମିଶନ ଏବେ ଶୁକ୍ର ଅଭିଯାନ ଆରମ୍ଭ କରିବା ଲାଗି ପ୍ରସ୍ତୁତି ଚଳାଇଛି ଇସ୍ରୋ । ସୌର ଜଗତର ସବୁଠାରୁ ଉଜ୍ଜ୍ବଳତମ ଗ୍ରହକୁ ସ୍ପେସ କ୍ରାଫ୍ଟ ପଠାଯିବ ବୋଲି କହିଛନ୍ତି ଇସ୍ରୋ ମୁଖ୍ୟା ଏସ. ସୋମନାଥ । ଶୁକ୍ରକୁ ପଠାଯିବାକୁ ଥିବା ପେଲୋଡ ଗୁଡିକୁ ଇତି ମଧ୍ୟରେ ତିଆରି କରାଯାଇସାରିଛି । ଶୁକ୍ରର ଜଳବାୟୁ ଓ ତାହାର ପୃଷ୍ଠଦେଶ ସମ୍ପର୍କରେ ଗବେଷଣା ଇସ୍ରୋର ପ୍ରାଥମିକ ଉଦ୍ଦେଶ୍ୟ ବୋଲି ସେ କହିଛନ୍ତି । ଏହି ଅଭିଯାନକୁ ଶୁକ୍ରଯାନ କୁହାଯାଉଛି । ବର୍ତ୍ତମାନ ସୁଦ୍ଧା ଜଣାଯାଇଛି- ଶୁକ୍ରଗ୍ରହର ପୃଷ୍ଠ ଦେଶ ଅତ୍ୟନ୍ତ ବହଳା ଏବଂ ଏସିଡରେ ପରିପୂର୍ଣ୍ଣ । ଶୁକ୍ରଗ୍ରହର ଜଳବାୟୁ ଜନିତ ଚାପ ପୃଥିବୀ ତୁଳନାରେ ଶହେ ଗୁଣ ଅଧିକ । ତେଣୁ ଶୁକ୍ର ଅଭିଯାନ ଅତ୍ୟନ୍ତ କଷ୍ଟସାଧ୍ୟ । ସୋମନାଥ କହିଛନ୍ତି- ବର୍ତ୍ତମାନ ସୁଦ୍ଧା ଜଣାନାହିଁ ଶୁକ୍ରର ପୃଷ୍ଠଦେଶ କଠିନ ନା ନରମ । ଶୁକ୍ର ସମ୍ପର୍କରେ ତଥ୍ୟ ମିଳିଲେ ପୃଥିବୀର ଭବିଷ୍ୟତ ସମ୍ପର୍କରେ ବି ତଥ୍ୟ ମିଳିପାରିବ । ସେ ଆହୁରି କହିଛନ୍ତି ଆଉ ୧୦ ହଜାର ବର୍ଷ ପରେ ପୃଥିବୀର ବୈଶିଷ୍ଟ୍ୟରେ ପରିବର୍ତ୍ତନ ବି ଘଟିବା ସମ୍ଭାବନା ରହିଛି ।
“The eyes believe themselves, the ears believe other people.”
More Stories
ଖୋଲିଲା ବିପୁଳ ନିଯୁକ୍ତି ସୁଯୋଗ
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର
ମହାକୁମ୍ଭରେ ଭିଡପାଇଁ 30 ମୃତ, 60 ଆହତ