ଦିଲ୍ଲୀରେ ଘନୀଭୂତ ହେବାରେ ଲାଗିଛି ପ୍ରଦୂଷଣ । ଦିନକୁ ଦିନ ଖରାପ ହେବାରେ ଲାଗିଛି ବାୟୁର ଗୁଣବତ୍ତା । ଏନେଇ ଆଜିଠାରୁ ଆସନ୍ତା ଶୁକ୍ରବାର ଯାଏଁ ବିଏସ-୩ ପେଟ୍ରୋଲ ଓ ବିଏସ-୪ ଡିଜେଲ କାରକୁ ନିଷିଦ୍ଧ କରିଛନ୍ତି ଦିଲ୍ଲୀ ସରକାର । ବାୟୁର ଧିମାଗତି ତଥା ତାପମାତ୍ରା ହ୍ରାସ ଯୋଗୁ ଦିଲ୍ଲୀ ସ୍ଥିତି ସଂଗୀନ ହେବାରେ ଲାଗିଛି । ଦିନକୁ ଦିନ ସ୍ଥିତି ବିଗିଡୁଥିବାରୁ ତୁରନ୍ତ ପ୍ରତିକାରମୂଳକ ପଦକ୍ଷେପ ଲାଗି ସମସ୍ତ ଏନସିଆର ରାଜ୍ୟଗୁଡିକୁ ପରାମର୍ଶ ଦେଇଥିଲେ ବାୟୁ ଗୁଣବତ୍ତା ପରିଚାଳନା କମିଶନ । ଦିଲ୍ଲୀରେ ବାୟୁର ଗୁଣବତ୍ତା ସିଭିୟର କାଟେଗୋରୀ ସ୍ତରରେ ପହଞ୍ଚିଥିବାରୁ ସରକାର ଏହି ପଦକ୍ଷେପ ନେଇଛନ୍ତି ।
“The eyes believe themselves, the ears believe other people.”
More Stories
ଖୋଲିଲା ବିପୁଳ ନିଯୁକ୍ତି ସୁଯୋଗ
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର
ମହାକୁମ୍ଭରେ ଭିଡପାଇଁ 30 ମୃତ, 60 ଆହତ