The Topmost

“The eyes believe themselves, the ears believe other people.”

ଶିଶୁ ଓ ମହିଳାଙ୍କ ବିକାଶକୁ ନେଇ ଚିନ୍ତା

() କେନ୍ଦ୍ର ସରକାରଙ୍କ ପକ୍ଷରୁ ଶିଶୁ ଓ ମହିଳାଙ୍କ ବିକାଶକୁ ନେଇ ଚିନ୍ତା । ଏନେଇ ଆଜିଠୁ ଛତିଶଗଡର ରାୟପୁର ଠାରେ ଆରମ୍ଭ ହେବାକୁ ଯାଉଛି ଉପ-ଆଞ୍ଚଳିକ ବୈଠକ । ଯେଉଁଥିରେ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀ ଅଧ୍ୟକ୍ଷତା କରିବାକୁ ଯାଉଥିବା ବେଳେ ଯୋଗଦେବେ ଛତିଶଗଡ, ପଶ୍ଚିମବଙ୍ଗ ଓ ଓଡିଶାର ପ୍ରତିନିଧି । ଦେଶର ମହିଳା ଓ ଶିଶୁମାନଙ୍କୁ ସଶକ୍ତ କରିବା ନିମନ୍ତେ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ତିନୋଟି ନୂତନ ଅଭିଯାନ ଆରମ୍ଭ କରିଛି । ସେଗୁଡିକ ହେଉଛି ମିଶନ ସକ୍ଷମ, ଅଙ୍ଗନବାଡି ଓ ପୋଷଣ ୨.୦, ମିଶନ ଶକ୍ତି, ମିଶନ ବାତ୍ସଲ୍ୟ । ତେବେ ଏସବୁ ଅଭିଯାନ ଦ୍ବାରା ମହିଳା ଏବଂ ଶିଶୁ ମାନଙ୍କର ଆଗାମୀ ଭବିଷ୍ୟତ ନିର୍ଦ୍ଧାରଣ ହେବାର ଲକ୍ଷ୍ୟ ରହିଛି । ଆଗାମୀ ୨୫ବର୍ଷରେ ଦେଶ ସ୍ବାଧିନତାର ୧୦୦ବର୍ଷ ପୂରଣ ହେବାକୁ ଯାଉଥିବା ବେଳେ ଏହି ଲକ୍ଷ୍ୟକୁ ଶିଖରରେ ପହଁଞ୍ଚାଇବାକୁ କେନ୍ଦ୍ର ସରକାର ପ୍ରୟାସ ଜାରି ରଖିଛନ୍ତି ।https://thetopmost.in/bring-money-to-your-house/

https://thetopmost.in/a-warm-and-positive-meeting-can-change-your-health/

https://thetopmost.in/the-vast-majority-of-ocean-plastic-collected-by-an-ngo/