ଶିମିଳିପାଳରେ ଜଳୁଛି ଜଙ୍ଗଲ । ଖରା ଦିନ ଆରମ୍ଭ ନହେଉଣୁ ଜଙ୍ଗଲରେ ଲାଗିଛି ନିଆଁ । ବିଭିନ୍ନ ସରଂକ୍ଷିତ ଜଙ୍ଗଲରେ ନିଆଁ ଲାଗି ଲିଭିବାର ନାଁ ନେଉନି । ଶିମଳିପାଳ ଜଙ୍ଗଲ ବି ହୁତୁ ହୁତୁ ହୋଇ ଜଳୁଛି । ଶିମିଳିପାଳ ଉପରମୁଣ୍ଡ ମାଣିକପୁର ଅଂଚଳରେ ଜଳୁଛି ଜଙ୍ଗଲ । ଦୀର୍ଘ ମିଟର ପର୍ଯ୍ୟନ୍ତ ନିଆଁ ଲାଗିଥିବା ବେଳେ ବିଭିନ୍ନ ଓୌଷଧୀୟ ଗୁଳ୍ମରୁ ନେଇ ବଡ ବଡ ଗଛ ସବୁ ପୋଡି ନଷ୍ଟ ହେବାରେ ଲାଗିଛି । ପୂର୍ବରୁ ଶିମିଳିପାଳରେ ନିଆଁ ଲାଗିବା ଘଟଣା ନେଇ ବହୁ ଚର୍ଚ୍ଚା ହୋଇଥିଲା । ନିଆଁର ପରିମାଣ ବଢୁଥିବାବେଳେ ଲିଭିବାର ନାଁ ନେଉନି । ଏବେଠାରୁ ନିଆଁକୁ ଆୟତ କରାନଗଲେ ଜଙ୍ଗଲରୁ ବହୁ ଗଛ ପୋଡି ନଷ୍ଟ ହୋଇଯିବ ।
More Stories
ନିର୍ଧୁମ ଛେଚିବ ବର୍ଷା, ଲଘୁଚାପ ପାଇଁ ରେଡ୍ ଆଲର୍ଟ ଜାରି
ମାଗଣାରେ ଅପଡେଟ୍ କରିପାରିବେ ଆଧାର କାର୍ଡ୍
ଅତ୍ୟଧିକ କଖାରୁ ଡାଲମା ଖାଉଛନ୍ତି କି